ଦ୍ବୈତନଗରୀରେ ଗଣେଶ ପୂଜା ଆୟୋଜନ ପ୍ରସଙ୍ଗ : ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଦ୍ବୈତନଗରୀ ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ: ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୦ ବାଲିଯାତ୍ରା ପଡ଼ିଆରେ ଗଣେଶ ମହୋତ୍ସବ

Mumbai Mirror

କଟକ : କଟକ-ଭୁବନେଶ୍ବର ଦ୍ବୈତନଗରୀର ବିଭିନ୍ନ ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି ପ୍ରଦାନ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ଏ ସଂପର୍କିତ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛନ୍ତି। ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର୍‌ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିବେନ୍ଦ୍ର କୁମାର ହାତୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଦ୍ବୈତନଗରୀର ପୂଜା ମଣ୍ଡପଗୁଡ଼ିକରେ ଗଣେଶ ପୂଜା ବନ୍ଦ ନେଇ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଶତାଧିକ ବର୍ଷର ପୂଜା ପରମ୍ପରା ଜାରି ରଖିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର‌ ହୋଇଥିଲା। କଟକ ନଗର ବୁଢ଼ା ଗଣେଶ କମିଟି ସଭାପତି ଶିବେନ୍ଦ୍ର କୁମାର ହାତୀଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିରେ ନିୟମାବଳି ପାଳନ କରି ସାମାଜିକ ଦୂରତ୍ବ ବଜାୟ ରଖି ଦୁଇ ସହରର ସବୁ ମଣ୍ଡପରେ ଗଣେଶ ପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ। ମାସ୍କ ପିନ୍ଧି ୧୦ରୁ ୨୦ଜଣ ବ୍ୟକ୍ତିଙ୍କୁ ପୂଜାରେ ସାମିଲ ହେବାକୁ ଅନୁମତି ଦେବାରେ କିଛି ବାଧା ନାହିଁ। ଏଥିସହ ବିନା କୌଣସି ଶବ୍ଦ ଓ ଶୋଭାଯାତ୍ରାରେ ପୂଜା ଆୟୋଜନ କରିବାକୁ ଅନୁମତି ଦେବାରେ ନିୟମ ଉଲ୍ଲଂଘନ ହେବ ନାହିଁ। ବକ୍ସିବଜାର ବଣିଆସାହି ଶ୍ରୀବୁଢ଼ା ଗଣେଶ ପୂଜା ୬ଶହ ବର୍ଷରୁ ଅଧିକ ହେବ ଚାଲି ଆସିଛି। କଟକରେ ଏପରି ପ୍ରାୟ ୨୦ଟି ମଣ୍ଡପ ଅଛି, ଯେଉଁଠି ୪ଶହ ବର୍ଷ ହେବ ଗଣେଶଙ୍କ ପୂଜା କରାଯାଉଛି। ଗଣେଶ ପୂଜା ଆୟୋଜନ ଉପରେ ସଂପୂର୍ଣ୍ଣ କଟକଣା କେନ୍ଦ୍ର ସରକାରଙ୍କ ନିୟମାବଳି ସହିତ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ମାମଲାରେ ପ୍ରଦାନ କରିଥିବା ରାୟର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଜିତ ସ୍ବରୂପ ସାମଲ ସହାୟତା କରୁଥିଲେ।

ହାଇକୋର୍ଟଙ୍କ ରାୟ ପରେ ଆବେଦନକାରୀ ଶିବେନ୍ଦ୍ର ହାତୀ ଗଣେଶ ପୂଜା ଆୟୋଜନ ଅନୁମତି ପ୍ରସଙ୍ଗ‌‌ରେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର୍‌, ପୁଲିସ କମିସନର୍‌, କଟକ ଡିସିପି, ଜିଲ୍ଲାପାଳ, ସିଏମସି କମିସନର୍‌ଙ୍କୁ ଲିଖିତ ଭାବେ ଅନୁରୋଧ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe