ଗଣେଶ ପୂଜା ପ୍ରସ୍ତୁତି : ମୁତୟନ ହେବେ ୨୪ ପ୍ଲାଟୁନ୍‌ ଫୋର୍ସ, ଚାନ୍ଦା ଉପରେ କଡ଼ା ନଜର

କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଳାର ସର୍ବସାଧାରଣ ସ୍ଥଳରେ ହେବନି ଗଣେଶ ପୂଜା

contest.lokmat.com

ଭୁବନେଶ୍ବର : ଗଣେଶ ପୂଜାକୁ ଶୃଙ୍ଖଳିତ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଅପରାଧ ଦମନ କରିବାକୁ ପ୍ରସ୍ତୁତି ହୋଇଥିବା ବେଳେ ଟ୍ରାଫିକ୍‌ ଶୃଙ୍ଖଳା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଭୁବନେଶ୍ବରରେ ପାଖାପାଖି ଶହେ ମଣ୍ଡପରେ ହେବାକୁ ଥିବା ଏହି ପୂଜାକୁ ଶୃଙ୍ଖଳିତ କରିବା ପାଇଁ ୨୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି ଅନୁପ କୁମାର ସାହୁ। ଜଟଣୀକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ରାଜଧାନୀର କେତେକ ନିର୍ଦ୍ଦିଷ୍ଟ ମଣ୍ଡପ ଉପରେ ମଧ୍ୟ ନଜର ରଖାଯାଇଛି। ମଣ୍ଡପକୁ ପ୍ରଦତ୍ତ ସ୍ବୀକୃତିରେ ରହିଥିବା ସର୍ତ୍ତ ପାଳନକୁ କଡ଼ାକଡ଼ି କରାଯାଇଛି। ସର୍ତ୍ତ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି। ପୂଜା କମିଟିମାନଙ୍କ ସହ ଆଲୋଚନା କରାଯାଇ ଏହି ନିର୍ଦ୍ଦେଶ ଦିଆଯାଇଛି। ଶୃଙ୍ଖଳିତ ପରିଚାଳନା ସହ ଚାନ୍ଦା ଆଦାୟକୁ ମଧ୍ୟ ଏଥର କଡ଼ାକଡ଼ି କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଗତ ୨୨ ତାରିଖରେ ଡିସିପି ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ଏସିପି ଓ ଥାନା ଇନ୍‌ସ୍‌ପେକ୍ଟରଙ୍କୁ ନେଇ ଶୃଙ୍ଖଳିତ ପୂଜା ପରିଚାଳନା ପାଇଁ ଏକ ନୀଳନକ୍ସା ପ୍ରସ୍ତୁତ ହୋଇଛି। ପୁରୁଣା ଅପରାଧୀଙ୍କୁ ଖୋଜିବା ସହ ଜାମିନ୍‌ରେ ଆସିଥିବା ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ରହିଥିବାରୁ ଏହା ଉପରେ କଡ଼ା ନଜର ରଖାଯାଇଛି। ଅନେକ ସମୟରେ ବ୍ୟବସାୟୀ ସଂଘ ମଧ୍ୟ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରନ୍ତି। କେତେକ ବ୍ୟବସାୟୀ ଚାନ୍ଦାକୁ ବିରୋଧ କରୁଥିଲେ ମଧ୍ୟ ଚାପରେ ଅଭିଯୋଗ କରିପାରନ୍ତି ନାହିଁ। ଏଣୁ ଏହି ସବୁ ସଂଘକୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଯୋଜନା ହୋଇଛି। ତା’ ଛଡ଼ା ବିନା ସ୍ବୀକୃତିରେ ଡିଜେ ବଜାଇବା ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଉଜ ମଜଲିସ କରିବା ଉପରେ ମଧ୍ୟ ନଜର ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe