ଜଟଣୀରେ ଗଣେଶ ପୂଜା ପ୍ରସ୍ତୁତି: ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ଅପେରା, ପାଲା

ଗଣେଶ ପୂଜା ଆଉ ମାତ୍ର କିଛିଦିନ ଥିବା ବେଳେ ପୂଜା ପ୍ରସ୍ତୁତିରେ ଜଟଣୀ ସହର ଚଳଚଞ୍ଚଳ ହୋଇଛି। ବିଭିନ୍ନ ବ୍ୟବସାୟୀ ସଂଘ, କ୍ଲବ୍‌ ଓ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।  ସମସ୍ତ ପୂଜା କମିଟି ପକ୍ଷରୁ ତୋରଣ ଓ ମୂର୍ତ୍ତିକୁ ଯଥାସମ୍ଭବ ଆକର୍ଷଣୀୟ ଓ ନିଆରା....

sfsffsxccxc

ଜଟଣୀ: ଗଣେଶ ପୂଜା ଆଉ ମାତ୍ର କିଛିଦିନ ଥିବା ବେଳେ ପୂଜା ପ୍ରସ୍ତୁତିରେ ଜଟଣୀ ସହର ଚଳଚଞ୍ଚଳ ହୋଇଛି। ବିଭିନ୍ନ ବ୍ୟବସାୟୀ ସଂଘ, କ୍ଲବ୍‌ ଓ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।  ସମସ୍ତ ପୂଜା କମିଟି ପକ୍ଷରୁ ତୋରଣ ଓ ମୂର୍ତ୍ତିକୁ ଯଥାସମ୍ଭବ ଆକର୍ଷଣୀୟ ଓ ନିଆରା କରିବାକୁ ଉଦ୍ୟମ ଜାରି ରହିଛି। ଏହା ସହିତ ଦର୍ଶନଠାରୁ ଆରମ୍ଭକରି ପ୍ରସାଦ ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। 

ଚଳିତ ବର୍ଷ ଜଟଣୀରେ ୨୦୦ରୁ ଅଧିକ ଗଣେଶ ମେଢ଼ ହେଉଛି। ସେଥିମଧ୍ୟରୁ ସହରର ଗୋଲେଇ ମାର୍କେଟ ଛକ, ହରିଭାଇନା ଛକ, ପୋଷ୍ଟ ଅଫିସ୍ ଛକ, ରାଜାବଜାର, ହାଟବଜାର, କୁଦିଆରି, ସୀତାରାମ ଛକ, ଲୋକୋ କଲୋନି, ରେତଙ୍ଗ କଲୋନି, ମାଲଗୋଦାମ ଛକ, ଟ୍ରାଫିକ୍ ଛକ ଭଳି ପ୍ରାୟ ୪୫ଟି ସ୍ଥାନରେ ହେଉଛି ପୂଜା। ଏଥର ଦୁଇ ତିନିଟି ସ୍ଥାନରେ ମୀନାବଜାର ପଡ଼ିବା ନେଇ ସ୍ଥିର କରାଯାଇଛି। ପୂଜା ସମୟରେ ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, ଅପେରା ଶିବାନୀ, ଅପେରା ଇନ୍ଦ୍ରଭୁବନ, ଶ୍ରୀଦୁର୍ଗାମନ୍ଦିର ଭଳି ଯାତ୍ରା ପାର୍ଟି ସାମିଲ ହେବା ଆଶା କରାଯାଇଛି। ସେହିପରି ହରିଭାଇନା ଛକରେ ୯ ରାତି ପାଲା ଅନୁଷ୍ଠିତ ହେବ। ଅନ୍ୟପଟେ ଠାକୁର ବିସର୍ଜନ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରାରେ ମେଢ଼ ନିଆଯିବ। କଲେଜ ନିକଟରେ ଏକ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। 

ଶବ୍ଦ ପ୍ରଦୂଷଣ ରୋକିବାକୁ ଡିଜେ ବନ୍ଦ କରାଯାଇ କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଅନୁମତି ଦିଆଯାଇଛି। ତେବେ ସବୁଠୁ ପୁରୁଣା ପୂଜାମଣ୍ଡପ ଭାବେ ଜଣାଶୁଣା ରେଳବାଇ ଗୋଲେଇ ମାର୍କେଟର ପୂଜା ଚଳିତବର୍ଷ ୧୦୩ ବର୍ଷରେ ପଦାର୍ପଣ କରିଛି। ଏଥର ଏଠାରେ ୧୭ଲକ୍ଷ ଟଙ୍କାର ବଜେଟ୍‌ ରହିଛି। ସେହିପରି ଥାନାଛକ ବ୍ୟବସାୟ ସଂଘ ପକ୍ଷରୁ ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ଟଙ୍କାର ବଜେଟ୍‌ ରହିଛି। ‘ମୋ ଜଟଣୀ’ ପୋଷ୍ଟ୍ ଅଫିସ୍ ଛକରେ ଚଳିତଥର ୧୫ରୁ ୧୮ଲକ୍ଷ ଟଙ୍କାର ବଜେଟ୍ ରହିଛି।  ହରିଭାଇନା ଛକ ବ୍ୟବସାୟୀ ସଂଘ ମଣ୍ଡପରେ କୋଲକାତାରୁ କାରିଗର ଆସି ତୋରଣ ନିର୍ମାଣ କରୁଛନ୍ତି। ଗୋଲେଇ ମାର୍କେଟ୍ ଗଣେଶ ପୂଜା ସଂଘର ସଭାପତି ସୁଜିତ କୁମାର ରାଉତରାୟ କହିଛନ୍ତି, ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ ସବୁ ବର୍ଷ ଭଳି ଏଥର ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe