ଗଂଜେଇ ଜବତ, ୫ ଗିରଫ

Advertisment

କାର୍‌, ୨୫ ହଜାର ଟଙ୍କା ଓ ୬ ମୋବାଇଲ୍‌ ଜବତ

କାର୍‌, ୨୫ ହଜାର ଟଙ୍କା ଓ ୬ ମୋବାଇଲ୍‌ ଜବତ

ଗଂଜେଇ ଜବତ, ୫ ଗିରଫ

ଭୁବନେଶ୍ୱର: ଗଂଜାମ ଜିଲ୍ଲା କୋଦଳାରୁ ଭାୟା ଭୁବନେଶ୍ୱର ଦେଇ ଗୁଜୁରାଟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଏକ ର‍୍ୟାକେଟ୍‌ର ୫ଜଣ ସଦସ୍ୟଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ସେମାନେ ହେଲେ, କୋଦଳା ବି ନୂଆପଲ୍ଲୀ ଅଞ୍ଚଳର ଆରତି ଖଟେଇ (୩୦), ପବିତ୍ର ଖଟେଇ (୨୩), ଦୀପକ ପରିଡ଼ା (୨୩), ପଦ୍ମଲୋଚନ ପ୍ରଧାନ (୧୯) ଓ ତ୍ରିପତି ମହାନ୍ତି (୪୨)। ପୁଲିସ ସେମାନଙ୍କଠାରୁ ୭୦ କେଜି ଗଞ୍ଜେଇ, ଏକ କାର୍‌, ୨୫ ହଜାର ଟଙ୍କା ଓ ୬ଟି ମୋବାଇଲ୍‌ ଜବତ କରିଛି। ଜବତ ଗଂଜେଇର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଊର୍ଧ୍ୱ ହେବ ବୋଲି ଜଣାଯାଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ୫ଜଣଙ୍କୁ କୋର୍ଟ ଚାଲାଣ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ପଟୁ ଏକ ଗଞ୍ଜେଇ ବୋଝେଇ କାର୍‌ ଭୁବନେଶ୍ୱର ଆସୁଥିବା ସହିଦନଗର ଥାନା ପୁଲିସ ଖବର ପାଇଥିଲା। ଫଳରେ ସେମାନଙ୍କୁ ଧରିବା ପାଇଁ ସହିଦନଗର ଥାନା ପୁଲିସର ଏକ ଟିମ୍‌ ବାଣୀବିହାର ନିକଟରେ ଜଗି ବସିଥିଲା। କାର୍‌ଟି ଆଚାର୍ଯ୍ୟ ବିହାର ଅତିକ୍ରମ କରିବା ପରେ ପୁଲିସ ରାସ୍ତାକୁ ବ୍ଲକ କରି ଦେଇଥିଲେ। ଗାଡ଼ିଟି ଅଟକିବା ମାତ୍ରେ ସେଥିରେ ଥିବା ମହିଳାଜଣଙ୍କ ତୁରନ୍ତ ଗାଡ଼ିରୁ କହିଥିଲେ, ଆମ ଟ୍ରେନ୍‌ ଟାଇମ୍‌ ଡେରି ହେଉଛି। ଗୁଜୁରାଟ ଯିବୁ। କିନ୍ତୁ ପୁଲିସ ତାଙ୍କ କଥା ନ ଶୁଣି ଗାଡ଼ି ଯାଞ୍ଚ କରିବାରୁ ସେଥିରୁ ୨ ବସ୍ତା ଗଞ୍ଜେଇ ମିଳିଥିଲା। ଏହାପରେ ପୁଲିସ ସେଠାରୁ ସମସ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ସେମାନେ ଗୁଜୁରାଟ୍‌ରେ କାମ କରୁଥିବା ଓ ସେଠାକୁ ଏହି ଗଂଜେଇ ନେଇ ଯାଉଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ। ପୂର୍ବରୁ ମଧ୍ୟ ସେମାନେ ଏଭଳି ବେଆଇନ କାମ କରୁଥିବା ମାନିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe