୨୦୧୭ରେ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ ହୋଇଛି

Advertisment
୨୦୧୭ରେ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ ହୋଇଛି

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ୨୦୧୬-୧୬ ମସିହାରେ ୨୬୭୫ ଏକର ଚାଷ ଜମି ନଷ୍ଟ କରାଯାଇଥିବାବେଳେ ୨୦୧୭-୧୮ ବର୍ଷରେ ୩୦୫୦ ଏକର ଜମିରେ ହେଉଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏଭଳି ସୂଚନା ଦିଆଯାଇଛି। ସେହିପରି ଚଳିତ ବର୍ଷ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କେତୋଟି ଗୁରୁତ୍ୱପୂର୍ଣ ମାମଲାର ତଦନ୍ତ ୨୦୧୭ରେ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରାଉରକେଲାରୁ ଗିରଫ ହୋଇଥିବା ୫ ଜଣ ସିମି ଆତଙ୍କବାଦୀ ଓ କଟକରୁ ଗିରଫ ହୋଇଥିବା ଅବଦୁର ରହେମାନ ମାମଲାରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଛି। ସେହିପରି କୋକନ ସେକ୍‌ ନାମକ ଜଣେ ବଂଲାଦେଶୀ ଯୁବକଙ୍କୁ କୋର୍ଟରେ ଦଣ୍ଡିତ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe