ଭୁବନେଶ୍ବର: ବିଜେଡିରେ ଗଞ୍ଜାମଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଅନେକ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବୁରୁପଡା ନାଏବ ସରପଞ୍ଚ ରଂଜନ ସ୍ୱାଇଁ ମଧ୍ୟ ଅଛନ୍ତି।
ସେମାନେ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ନିଜ ମତ ଜଣାଇବା ପରେ ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି।
ସୂଚନାଯୋଗ୍ୟ, ହିଞ୍ଜିଳି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ। ସେ ସେଠାରୁ ଲଗାତାର ୬ଥର ବିଧାୟକ ଭାବେ ଜିତିଛନ୍ତି। ଗତ ନିର୍ବାଚନରେ ବି ହିଞ୍ଜିଳିବାସୀ ନବୀନଙ୍କ ଉପରେ ଆଶୀର୍ବାଦ ବର୍ଷା କରି ବିଧାୟକ କରିଛନ୍ତି। ସମସ୍ତଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ।
ବିଜେଡିକୁ ଅଧିକ ସଂଗଠିତ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ବୋଲି କହିଛନ୍ତି। ଶନିବାର ଗଞ୍ଜାମ ଜିଲ୍ଲା ବିଶେଷ କରି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦିନ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି। ଓଡ଼ିଶାର ଲୋକପ୍ରିୟ ଜନନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଭରସା କରି ଶନିବାର ବୁରୁପଡା ପଞ୍ଚାୟତ ସରପଞ୍ଚଙ୍କ ନେତୃତ୍ୱରେ ଅନେକ ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ବିମାନ ବନ୍ଦରରୁ ୭ କୋଟିର ମାରିଜୁଆନା ଜବତ
ତୃଣମୂଳ ସ୍ତରରେ ନବୀନ ପଟ୍ଟନାୟକଙ୍କ ଉପରେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଓ ଭରସା ରହିଛି. ବୁରୁପଡା ପଞ୍ଚାୟତକୁ ଆହୁରି କ୍ରିୟାଶୀଳ କରିବେ ବୋଲି ଆଶା ରହିଥିବା ସଞ୍ଜୟ ଦାସ ବର୍ମା କହିଛନ୍ତି। ଯାହା ଦ୍ବାରା ବିଜେଡି ଆହୁରି ଶକ୍ତିଶାଳୀ ହେବ ବୋଲି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
ସନ୍ତୋଷିନୀ ବେହେରା କହିଛନ୍ତି ଯେ, ଖୁସି ଲାଗୁଛି ବିଜେଡିରେ ସାମିଲ ହେଲୁ। ଗତ ସାତ ମାସ ହେଲାଣି ବିଜେପି କିଛି କାମ କରୁନି ବୋଲି ବିଜେଡିରେ ସାମିଲ ହୋଇଥିବା ଦେବୀ ମିଶ୍ର କହିଛନ୍ତି।
ଅଧିକ ପଢ଼ନ୍ତୁ: ଉପଗ୍ରହ ନା ପାଣିଟାଙ୍କି! ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/18/6D8d2rTid74QrFugfKzA.jpeg)
