ଅଳିଆ ଉଠୁନି, ଦୁର୍ଗନ୍ଧରେ ରହି ହେଉନି

ଅଳିଆ ଉଠୁନି, ଦୁର୍ଗନ୍ଧରେ ରହି ହେଉନି

ଚନ୍ଦ୍ରଶେଖରପୁର: ବିଏମ୍‌ସି ୱାର୍ଡ ନମ୍ବର ୧୬ ଅନ୍ତର୍ଗତ ଜୟଦେବବିହାର ଲେନ୍‌-୫ ଅଞ୍ଚଳରୁ ନିୟମିତ ଅଳିଆ ଆବର୍ଜନା ଉଠୁନଥିବା ଅଭିଯୋଗ ହେଉଛି। ସଫେଇ ସଂସ୍ଥାର ମନମାନି ପାଇଁ ଏହି ଅଞ୍ଚଳର ବାସିନ୍ଦାମାନେ ବଡ଼ କଦର୍ଯ୍ୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର କହିବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସା‌ରେ, ଏହି ଅଞ୍ଚଳକୁ ବିଏମ୍‌ସିର ଅଳିଆ ଉଠାଉଥିବା କର୍ମଚାରୀ ନିୟମିତ ଆସୁନାହାନ୍ତି। ମନ ପଡ଼ିଲେ ସେମାନେ ଆସନ୍ତି। ସେଥିରେ ପୁଣି ଉପର ଠାଉରିଆ ଭାବେ ଅଳିଆ ଉଠାଇ ଚାଲି ଯାଆନ୍ତି। ଫଳରେ ସ୍ଥାନେ ସ୍ଥାନେ ମାସ ମାସ ଧରି ଆବର୍ଜନା ପଡ଼ି ରହୁଛି। ଡଷ୍ଟବିନ୍‌ ନଥିବାରୁ ବାହାରେ ଗଦା ହୋଇ ରହୁଥିବା ଅଳିଆ ଆବର୍ଜନା ବୁଲା ଗୋରୁଙ୍କ ପାଇଁ ରାସ୍ତାରେ ବିଛାଡ଼ି ହୋଇପଡ଼ୁଛି। ଫଳରେ ଦୀର୍ଘ ଦିନର ପଚା ଆବର୍ଜନା ଭିତରେ ପଶି ଯାତାୟତ କରିବାକୁ ପଡ଼ୁଛି।

ଏବେ ବର୍ଷା ଦିନ ହୋଇଥିବାରୁ ଗଦା ହୋଇରହିଥିବା ଅଳିଆରୁ ବଡ଼ ଦୁର୍ଗନ୍ଧ ବାହାରୁଛି। ଫଳରେ କବାଟ ଝରକା ଖୋଲିବା ସମ୍ଭବ ହେଉନାହିଁ। ତେଣୁ ରାସ୍ତାରେ ଯାତାୟାତ କରିବା ବି କଷ୍ଟକର ହୋଇପଡ଼ୁଥିବା ସହଜରେ ଅନୁମେୟ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ବିଜୟ ମହାପାତ୍ର। ତେଣୁ ଏଠାରେ ଦୁର୍ଗନ୍ଧମୟ ପରିବେଶରେ ରହିବା ଅପେକ୍ଷା ବରଂ ରାଜଧାନୀର ବସ୍ତିରେ ରହିବା ଭଲ ବୋଲି ବହୁ ଅଧିବାସୀ କହିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe