ଭୁଶୁଡ଼ୁଛି କ୍ୟାପିଟାଲ ହସ୍ପିଟାଲର ପରିମଳ ବ୍ୟବସ୍ଥା

Advertisment
ଭୁଶୁଡ଼ୁଛି କ୍ୟାପିଟାଲ ହସ୍ପିଟାଲର ପରିମଳ ବ୍ୟବସ୍ଥା

ଭୁବନେଶ୍ବର : ବାତ୍ୟା ପରେ କ୍ୟାପିଟାଲ ହସ୍ପିଟାଲରେ ପରିମଳ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି। ୭୨ଘଣ୍ଟା ପରେ ହସ୍ପିଟାଲରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଥିଲେ ହେଁ ଅଳିଆ ଅବର୍ଜନା ସଫା ନ ହୋଇ ପଡ଼ି ରହିଛି। ଯଦି ଆଉ କିଛିଦିନ ଅଳିଆ ସଫା ନ ହୁଏ ତେବେ ହସ୍ପିଟାଲ ପରିବେଶ ଅବସ୍ଥା ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି।

publive-image

ବାତ୍ୟା ଯୋଗୁଁ ହସ୍ପିଟାଲରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଥିଲା। ଏକାଧିକ ଜେନେରେଟର ଚାଲିଥିଲେ ହେଁ ଏହା ଯଥେଷ୍ଟ ହୋଇପାରି ନ ଥିଲା। ତେବେ ହସ୍ପିଟାଲକୁ ଗତକାଲି ବିଳମ୍ବିତ ରାତି ବିଦ୍ୟୁତ୍‌ ସଂଯୋଗ ହୋଇଛି। ଯାହାଫଳରେ ହସ୍ପିଟାଲରେ ଜରୁରୀ ସେବା ଆରମ୍ଭ ହୋଇଛି। ତେବେ ହସ୍ପିଟାଲରେ ଏବେ ବି ପାଣି ସମସ୍ୟା ରହିଛି। ପବନ ଯୋଗୁଁ ଛାତ ଉପରେ ଏଣେ ତେଣେ ପଡ଼ି ରହିଥିବା ପାଣି ଟାଙ୍କି ସଜଡ଼ା ହୋଇ ନ ଥିବା ଜଣାପଡ଼ିଛି। ଯାହାଫଳରେ ଆଜି ମଧ୍ୟ ହସ୍ପିଟାଲରେ ପାଣି ସମସ୍ୟା ଲାଗି ରହିଛି। ଅପରପକ୍ଷରେ ହସ୍ପିଟାଲରେ ସଫେଇ ବ୍ୟବସ୍ଥା ତ୍ବରାନ୍ବିତ ‌ହୋଇପାରି ନାହିଁ। ଶିଶୁ ୱାର୍ଡ ସମ୍ମୁଖରେ କୁଢ଼ କୁଢ଼ ଅଳିଆ ଭରି ଗଲାଣି। ତୁରନ୍ତ ସଫା କରିବା ପାଇଁ ରୋଗୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe