ଜଳିଲା ବଣ ଭିତର ଅଳିଆଗଦା

Advertisment

ଆଜି ଅପରାହ୍ଣରେ ଡମଣା ଛକ ନିକଟ ଏକ ବଣଜଙ୍ଗଲପୂର୍ଣ୍ଣ ପଡ଼ିଆରେ ଥିବା ଅଳିଆଗଦାରେ ନିଆଁ ଲାଗିଯାଇଥିଲା। ଖୁବ୍‌ କମ୍‌ ସମୟରେ ନିଆଁ ମାଡ଼ିମାଡ଼ି ଚାଲିଥିଲା ଏବଂ ପଡ଼ିଆରେ ଥିବା ଗଛ ସବୁ ଜଳିବା ଆଶଙ୍କା ସୃଷ୍ଟି ହୋଇଥିଲା।

ଆଜି ଅପରାହ୍ଣରେ ଡମଣା ଛକ ନିକଟ ଏକ ବଣଜଙ୍ଗଲପୂର୍ଣ୍ଣ ପଡ଼ିଆରେ ଥିବା ଅଳିଆଗଦାରେ ନିଆଁ ଲାଗିଯାଇଥିଲା। ଖୁବ୍‌ କମ୍‌ ସମୟରେ ନିଆଁ ମାଡ଼ିମାଡ଼ି ଚାଲିଥିଲା ଏବଂ ପଡ଼ିଆରେ ଥିବା ଗଛ ସବୁ ଜଳିବା ଆଶଙ୍କା ସୃଷ୍ଟି ହୋଇଥିଲା।

fdxd

ଚନ୍ଦ୍ରଶେଖରପୁର: ଆଜି ଅପରାହ୍ଣରେ ଡମଣା ଛକ ନିକଟ ଏକ ବଣଜଙ୍ଗଲପୂର୍ଣ୍ଣ ପଡ଼ିଆରେ ଥିବା ଅଳିଆଗଦାରେ ନିଆଁ ଲାଗିଯାଇଥିଲା। ଖୁବ୍‌ କମ୍‌ ସମୟରେ ନିଆଁ ମାଡ଼ିମାଡ଼ି ଚାଲିଥିଲା ଏବଂ ପଡ଼ିଆରେ ଥିବା ଗଛ ସବୁ ଜଳିବା ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଅଗ୍ନିଶମ ବିଭାଗର ରୋବୋଟିକ୍‌ ନିଆଁଲିଭା ମେସିନ୍‌ ଏହି ଅଗ୍ନିକାଣ୍ଡକୁ ବେଶ୍‌ ସହଜରେ ରୋକିପାରିଥିଲା। ଅଗ୍ନିଶମ ବିଭାଗ ସୂଚନାନୁସାରେ ଉକ୍ତ ପଡ଼ିଆଟି ବଣବୁଦାରେ ଭର୍ତ୍ତି ଏବଂ ଭିତରେ ବହୁତ ବଡ଼ବଡ଼ ଗଛ ରହିଛି। ପାଚେରି ଘେରା ଓ ବଡ଼ ଲୁହା ଗେଟ୍‌ ଲାଗିଥିବା ଏହି ପଡ଼ିଆରେ ଅଳିଆଗଦାଟି ବହୁ ପୁରୁଣା।

କାର୍‌ ସିଟ୍‌ର ଗଦିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍ ବର୍ଜ୍ୟ ଏହି ଗଦାରେ ଥିଲା। କୌଣସି କାରଣରୁ ଏଥିରେ ନିଆଁ ଲାଗିଯାଇଥିଲା। ପ୍ଲାଷ୍ଟିକ୍‌ ବର୍ଜ୍ୟ ପାଇଁ ନିଆଁ ଯେତିକି ଜୋର୍‌ରେ ଜଳୁଥିଲା, ଧୂଆଁ ତା’ଠାରୁ ବହୁ ଗୁଣରେ ଅଧିକ ଥିଲା। ମାତ୍ର କିଛି ମିନିଟ୍‌ ମଧ୍ୟରେ ଡମଣା ଅଞ୍ଚଳର ଆକାଶ କଳାଧୂଆଁରେ ଘୋଡ଼ିହୋଇ ଯାଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଦମକଳ ଅଫିସ୍‌ରୁ ଏକ ଗାଡ଼ି ପହଞ୍ଚି ନିଆଁକୁ ଲିଭାଇବାରେ ଲାଗିଥିଲା। ମାତ୍ର ଦମକଳ ଗାଡ଼ି ପଡ଼ିଆ ଭିତରକୁ ପଶି ନପାରିବାରୁ ବାହାରୁ ରହି ପାଣି ଫୋପାଡ଼ିଲା। ଏମିତିରେ ପାଣି ସରିଗଲା ସିନା ପଡ଼ିଆ ଭିତର ନିଆଁକୁ ଲିଭାଇପାରିଲା ନାହିଁ। ପଡ଼ିଆ ଭିତରେ ନିଆଁ ମାଡ଼ିମାଡ଼ି ଚାଲିଥିଲା। ତେଣୁ ରୋବୋଟିକ୍‌ ମେସିନ୍‌ ଅଣାଯାଇଥିଲା। ଏହି ଅତ୍ୟାଧୁନିକ ମେସିନ୍‌ ବାହାରୁ ରହି ଦୂରକୁ ପାଣି ନିକ୍ଷେପ କଲା ଏବଂ ‌ସେନ୍‌ସର୍‌ ବଳରେ ଠିକ୍ ନିଆଁ ଲାଗିଥିବା ଜାଗାରେ ପାଣି ମାଡ଼ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe