ଦଶହରାରେ ଉଠିଲାନି ଆବର୍ଜନା

Advertisment

ଦଶହରାରେ ଉଠିଲାନି ଆବର୍ଜନା। ସାହି ଗଳିକନ୍ଦିରେ ଗଦା ହୋଇ ରହିଲା କୁଢ଼କୁଢ଼ ଅଳିଆ। ପୂତିଗନ୍ଧମୟ ପରିବେଶ ଭିତରେ ପୂଜା ପାଳିଲେ ଲୋକେ। ଦୁର୍ଗାପୂଜାରେ ରାଜଧାନୀର.......

ଦଶହରାରେ ଉଠିଲାନି ଆବର୍ଜନା। ସାହି ଗଳିକନ୍ଦିରେ ଗଦା ହୋଇ ରହିଲା କୁଢ଼କୁଢ଼ ଅଳିଆ। ପୂତିଗନ୍ଧମୟ ପରିବେଶ ଭିତରେ ପୂଜା ପାଳିଲେ ଲୋକେ। ଦୁର୍ଗାପୂଜାରେ ରାଜଧାନୀର.......

Untitled-16

ଭୁବନେଶ୍ବର: ଦଶହରାରେ ଉଠିଲାନି ଆବର୍ଜନା। ସାହି ଗଳିକନ୍ଦିରେ ଗଦା ହୋଇ ରହିଲା କୁଢ଼କୁଢ଼ ଅଳିଆ। ପୂତିଗନ୍ଧମୟ ପରିବେଶ ଭିତରେ ପୂଜା ପାଳିଲେ ଲୋକେ। ଦୁର୍ଗାପୂଜାରେ ରାଜଧାନୀର ପ୍ରମୁଖ ଅଞ୍ଚଳ କୁହାଯାଉଥିବା ସହିଦନଗର, ବାପୁଜୀନଗର ଓ ଆଖପାଖ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଯେଉଁ ଠିକାସଂସ୍ଥା ଏହି ଅଞ୍ଚଳରୁ ଆବର୍ଜନା ଉଠାଇବା ଦାୟିତ୍ବ ନେଇଥିଲା, ସେହି ସଂସ୍ଥା ସଫେଇ କର୍ମଚାରୀଙ୍କୁ ପୂଜା ବୋନସ୍ ନ ଦେବାରୁ ଏଭଳି ସ୍ଥିତି ଉପୁଜିଥିଲା। ଏକାଧିକ ଦିନ ଧରି ଆବର୍ଜନା ପଡ଼ି ରହିଥିଲେ ବି ଠିକାସଂସ୍ଥା ଏଥିପ୍ରତି ଗୁରୁତ୍ବ ଦେଇ ନଥିଲା। ଶେଷରେ ମେୟର ସୁଲୋଚନା ଦାସ ସଂପୃକ୍ତ ସଂସ୍ଥା ଉପରେ ବିଗିଡ଼ିବା ସହ ଅଳିଆ ସଫା କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ସ୍ଥିତି ସ୍ବାଭାବିକ ହୋଇଛି।

କିଛିଦିନ ତଳେ ଦଶହରା ପୂଜା ବୋନସ୍ ଦାବିରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳର ସଫେଇ କର୍ମଚାରୀମାନେ ବିଏମ୍‌ସି ମୁଖ୍ୟାଳୟ ଆଗରେ ଧାରଣା ଦେଇଥିଲେ। ବୋନସ୍‌ ନ ମିଳିଲେ ପୂଜାରେ ଅଳିଆ ଉଠାଇବେନି ବୋଲି ଚେତାବନୀ ଦେଇଥିଲେ। ଏଣୁ ଯେଉଁ ଠିକାସଂସ୍ଥାମାନେ ଅଳିଆ ଉଠାଇବା ଦାୟିତ୍ବ ନେଇଛନ୍ତି, ସେମାନେ ଏ ସଂପର୍କରେ ମେୟର, କମିସନର୍ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଦାବିପତ୍ର ଦେଇଥିଲେ।
ମିଳିଥିବା ସୂଚନା ମୁତାବକ, ଆପୋସ ଆଲୋଚନା ପରେ ଠିକାସଂସ୍ଥାମାନେ ପ୍ରଥମେ ନିଜ ହାତରୁ ଏହି ବୋନସ୍ ଟଙ୍କା ସଫେଇ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। କେତେ ବୋନସ୍ ଟଙ୍କା ଦିଆଯିବ, ତାହା ବି ଧାର୍ଯ୍ୟ ହେବା ପରେ ଠିକାସଂସ୍ଥାମାନେ ସଫେଇ କର୍ମଚାରୀଙ୍କୁ ପୂଜା ବୋନସ୍ ଦେଇଥିଲେ। କିନ୍ତୁ ଆନ୍ଧ୍ରପ୍ରଦେଶର ଠିକାସଂସ୍ଥା ‘ଆୱାର୍ ଲ୍ୟାଣ୍ଡ୍’ ସଫେଇ କର୍ମଚାରୀଙ୍କୁ ଏହି ବୋନସ୍ ଟଙ୍କା ଦେଇ ନଥିଲା। ଯେଉଁଥିପାଇଁ ସଫେଇ କର୍ମଚାରୀମାନେ ସହିଦନଗର, ବାପୁଜୀନଗର ଆଦି ଅଞ୍ଚଳରୁ ଆବର୍ଜନା ଉଠାଇ ନଥିଲେ। କେବଳ ସହିଦନଗର, ବାପୁଜୀନଗର ନୁହେଁ, ସଂପୃକ୍ତ ସଂସ୍ଥା ଯେଉଁ ଯେଉଁ ୱାର୍ଡ ଦାୟିତ୍ବ ନେଇଥିଲା, ସେଠାରୁ ଆବର୍ଜନା ଉଠି ନଥିଲା। ଶେଷରେ ମେୟରଙ୍କ ହସ୍ତକ୍ଷେପ ପରେ ଅଳିଆ ଉଠିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe