କ୍ୟାପିଟାଲ୍ ହସ୍ପିଟାଲ ପରିସରରେ କୁଢ଼କୁଢ଼ ଅଳିଆ!

Advertisment
କ୍ୟାପିଟାଲ୍ ହସ୍ପିଟାଲ ପରିସରରେ କୁଢ଼କୁଢ଼ ଅଳିଆ!

ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲ ପରିସରରେ ପୁଣି ଗନ୍ଧମୟ ପରିବେଶ। କ୍ୟାପିଟାଲ ହସପିଟାଲରେ ପୁଣି ଅଳିଆ ଚିନ୍ତା। ଶିଶୁ ବିଭାଗ ସାମ୍ନାରେ ପଡ଼ିଛି କୁଢ଼ କୁଢ଼ ଅଳିଆ। ମେଡିକାଲ ବାୟୋ ହଜାର୍ଡ ବା ଡାକ୍ତରଖାନା ଆବର୍ଜନା, ବାସିଖାଦ୍ୟ ଭଳି ଯାବତୀୟ ଅଳିଆ ରାସ୍ତା ଉପରେ ପଡ଼ି ରହିଛି। ଦୁର୍ଗନ୍ଧରେ ଫାଟି ପଡୁଛି ସ୍ଥାନୀୟ ଅଞ୍ଚଳ। ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଅନ୍ୟପଟେ ଆବର୍ଜନା ଉଠାଇବାକୁ ଦାୟିତ୍ଵ ନେଇଥିବା ସଂସ୍ଥା କହିଛି ଗାଡ଼ି ଆସିଛି ଜଲଦି ଉଠାଯିବ। ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe