ଗ୍ୟାସ ଏଜେନ୍ସିରୁ ଟଙ୍କା ଲୁଟ ଘଟଣାରେ ଜେଲଗଲେ ୨ ଯୁବକ

Advertisment
ଗ୍ୟାସ ଏଜେନ୍ସିରୁ ଟଙ୍କା ଲୁଟ ଘଟଣାରେ ଜେଲଗଲେ ୨ ଯୁବକ

ବାଲିଅନ୍ତା:ବାଳକାଟି ଫାଣ୍ଡି ପୁଲିସ ପୁରୀ ମୁଖ୍ୟ କେନାଲ ସାଇଫନ ନିକଟସ୍ଥ ଏକ ଗ୍ୟାସ ଏଜେନ୍ସିରୁ ଟଙ୍କା ଲୁଟ କରିବା ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଦ୍ବୟ ହେଲେ ସ୍ଥାନୀୟ ହୀରାପୁର ଗ୍ରାମର ଦୀପକ ପାତ୍ର (୨୩) ଏବଂ ସୌମେନ୍ଦ୍ର ସାହୁ(୩୦)।

ସେମାନଙ୍କ ନିକଟରୁ ପୁଲିସ ଏକ ଚୋରି ବାଇକ ଏବଂ କିଛି ଚୋରି ଟଙ୍କା ଜବତ କରିଛି । ତେବେ କୋର୍ଟରେ ଦୀପକ ଏବଂ ସୌମେନ୍ଦ୍ରର ଜାମିନ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତିକରି ନଂ ୧୨୬/୨୧ରେ ମାମଲା ରୁଜୁ ହୋଇଛି। ତେବେ ଦୀପକ ଏକୁଟିଆ କାର୍ଯ୍ୟାଳୟ କ୍ୟାସଡ୍ରରୁ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ସିସି କ୍ୟାମେରା ଫୁଟେଜରେ ତାକୁ ଚିହ୍ନଟ କରି ଘରେ ଚଢ଼ାଉ କରି ତାକୁ ଗିରଫ କରିଥିଲା।

ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବାରୁ ଦୀପକ ବ୍ୟବହାର କରିଥିବା ଉକ୍ତ ବାଇକ ଏକ ଚୋରାଗାଡ଼ି ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ସୌମେନ୍ଦ୍ରକୁ ମଧ୍ୟ ଗିରଫ କରିଥିଲା। ସୂଚନା ଅନୁଯାୟୀ ଗତ ସୁକ୍ରବାର ମଧ୍ୟାହ୍ନରେ ଗ୍ୟାସ ଫିଲିଂ ଆଳରେ ବାଇକରେ ସିଲିଣ୍ଡର ନେଇ ପହଞ୍ଚିଥିଲା। କ୍ୟାସ କାଉଣ୍ଟର ପାଖରେ କେହି ନଥିବାରୁ ସୁଯୋଗ ନେଇ ୨୧ ହଜାର ଟଙ୍କା ବଣ୍ଡଲ ଧରି ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe