ଏକାମ୍ରରେ ହିତାଧିକାରୀଙ୍କୁ ଗ୍ୟାସ୍‌ ସିଲିଣ୍ଡର୍‌ ଓ ଚୂଲା ବଂଟନ

ଏକାମ୍ରରେ ହିତାଧିକାରୀଙ୍କୁ ଗ୍ୟାସ୍‌ ସିଲିଣ୍ଡର୍‌ ଓ ଚୂଲା ବଂଟନ

ପୁରୁଣା ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଡାକବଙ୍ଗଳାଠାରେ ୫୪ନଂ ୱାର୍ଡରେ ଆଜି ୩୬ଜଣ ହିତାଧିକାରୀଙ୍କୁ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର୍‌ ଓ ଚୂଲା ବଂଟନ କରାଯାଇଥିଲା। ଏଥିରେ ବିଜେପି ନେତା ଅମିୟ ଦାଶ ଅତିଥି ଭାବେ ଯୋଗଦେଇ ମହିଳା ହିତାଧିକାରୀଙ୍କୁ ଏହି ସାମଗ୍ରୀ ବଂଟନ କରିଥିଲେ। ମହିଳାମାନଙ୍କୁ ରୋଷେଇରେ ସୁବିଧା ପାଇଁ ଏପରି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଦାଶ କହିଥିଲେ। ବିଜେପି ଯୁବ ନେତା ଶିବ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୃଥ୍ଵୀରାଜ ମହାପାତ୍ର, ସୁନିଲ ପଣ୍ଡା, ଆଇନଜୀବୀ ଜୟନ୍ତ ମହାପାତ୍ର, ବିଜେପି ମଣ୍ଡଳ ସଭାପତି ଶେଷ ଖେଖର ଗରାବଡ଼ୁ, ମଦନ ମୋହନ ପ୍ରଧାନ, ଅନିକେତ ବଟୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe