ପେଟ୍ରୋଲ ପମ୍ପରେ ଗ୍ୟାସ ବିସ୍ଫୋରଣ ଘଟଣା : ୩୦ ଘଣ୍ଟାର ଅପରେସନ୍

Advertisment
ପେଟ୍ରୋଲ ପମ୍ପରେ ଗ୍ୟାସ ବିସ୍ଫୋରଣ ଘଟଣା : ୩୦ ଘଣ୍ଟାର ଅପରେସନ୍

ଭୁବନେଶ୍ୱର : ରାଜଧାନୀରେ ଗତକାଲି ପ୍ରାୟ ଦିନ ୧ଟାରେ ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଗତକାଲି ଦିନ ୧ଟାରୁ ଆରମ୍ଭ ହୋଇଥିବା ଅପରେସନ୍ ଆଜି ସନ୍ଧ୍ୟା ୭ଟାରେ ଶେଷ ହୋଇଥିଲା। କମିସନରେଟ ପୁଲିସ ସହ ଅଗ୍ନିଶମ ଓ ଅନ୍ୟ ସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ। ବିସ୍ଫୋରଣ ସ୍ଥଳରେ ବର୍ତ୍ତି ଯାଇଥିବା ଟ୍ୟାଙ୍କରରୁ ପ୍ରଥମେ ଗ୍ୟାସ୍ ଖାଲି କରା ଯାଇଥିଲା। ବାଲେଶ୍ବରରୁ ଆସିଥିବା ଗାଡ଼ି ରାତି ପ୍ରାୟ ସାଢେ ୧୨ଟାରେ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲା। ରାତି ସାଢେ ୧ଟାରୁ ଗ୍ୟାସ୍ ଖାଲି କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଆଜି ସକାଳ ପ୍ରାୟ ୬ଟାରେ ଗୋଟିଏ ଟ୍ୟାଙ୍କରରୁ ଅନ୍ୟ ଦୁଇଟି ଟ୍ୟାଙ୍କରକୁ ଗ୍ୟାସ୍ ଖାଲି କରାଯିବା ପ୍ରକ୍ରିୟା ଶେଷ ହୋଇଥିଲା। ଏହାର କିଛି ସମୟ ପରେ ପମ୍ପରେ ଥିବା ଭୂତଳ ଟାଙ୍କିରୁ ଆରମ୍ଭ ହୋଇଥିଲା ଖାଲି କରିବା ପ୍ରକ୍ରିୟା। ପ୍ରାୟ ୫୦ ହଜାର କିଲୋ ଲିଟର ପେଟ୍ରୋଲ ଓ ଡିଜେଲକୁ ଖାଲି କରିବା ପାଇଁ ୯ ଘଣ୍ଟା ସମୟ ଲାଗିଥିଲା।

publive-image

ଘଟଣା ପର ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଗୋପବନ୍ଧୁ ଛକ, ରାଜଭବନ ଛକ ଓ ୬ ନମ୍ବରରୁ ଆସିଥିବା ପେଟ୍ରୋଲ ପମ୍ପ ପଛ ପାଖ ରାସ୍ତାକୁ ପୁଲିସ ପକ୍ଷରୁ କରା ଯାଇଥିଲା। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ପୁଲିସ କମିସନର, ଅଗ୍ନିଶମ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ଯାଞ୍ଚ କରିବା ପରେ ବିପଦମୁକ୍ତ ଘୋଷଣା କରା ଯାଇଥିଲା। ଗତକାଲିଠାରୁ ବନ୍ଦ ରହିଥିବା ରାସ୍ତାକୁ ସନ୍ଧ୍ୟା ୭ଟା ୧୫ରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଖୋଲି ଦିଆ ଯାଇଥିଲା। ଏହି ଅପରେସନ ବହୁ ଚ୍ୟାଲେଞ୍ଜିଂ ଥିଲା ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ରମେଶ ମାଝୀ। ସେ କହିଛନ୍ତି ଯଦି ତେଲ ଟ୍ୟାଙ୍କରରୁ ପେଟ୍ରୋଲ ପମ୍ପର ଭୂତଳ ଟାଙ୍କିରେ ତେଲ ଭର୍ତ୍ତି କରାଯାଏ ତାହାଲେ ବିଶେଷ ଅସୁବିଧା ନ ଥାଏ। କିନ୍ତୁ ଭୂତଳ ଟାଙ୍କିରୁ ମାଲ ପରିବହନ ଟ୍ୟାଙ୍କରକୁ ତେଲ ଭର୍ତ୍ତି ସମୟରେ ଅଧିକ ବିପଦ ରହିଥାଏ। ସେହି ସମୟରେ ପ୍ରେସର ଅଧିକ ହୁଏ। ତେଣୁ ଅଘଟଣ ଘଟିବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ତେଲ ଭର୍ତ୍ତି ବେଳେ ନିୟମିତ ବ୍ୟବଧାନରେ ବନ୍ଦ ରଖା ଯାଇଥିଲା। ସେଥିପାଇଁ ଏହି ପ୍ରକ୍ରିୟା ସମୟସାପେକ୍ଷ ରହିଥିଲା। ଏକ ବଡ଼ଧରଣର ଅଘଟଣରୁ ରକ୍ଷା ମିଳିଗଲ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe