ଛାନିଆ କଲା ‘ଗ୍ୟାସ୍‌ ଲିକ୍‌’, ଘଣ୍ଟାଏ ରାସ୍ତା ଜାମ୍‌

Advertisment

ଆଜି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଖଣ୍ଡଗିରି ଥାନା ସମ୍ମୁଖ ଓଭର୍‌ବ୍ରିଜ୍‌ ଉପରେ ଗେଲ୍‌ ଗ୍ୟାସ୍‌ ଲିମିଟେଡ୍‌ର ଏକ ସିଏନ୍‌ଜି ବୋଝେଇ ଟ୍ରକ୍‌ (ଓଡି୦୨ବିଏସ୍‌୧୬୨୦)ରୁ ଗ୍ୟାସ୍‌ ଲିକ୍‌ ହୋଇ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା।

ଆଜି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଖଣ୍ଡଗିରି ଥାନା ସମ୍ମୁଖ ଓଭର୍‌ବ୍ରିଜ୍‌ ଉପରେ ଗେଲ୍‌ ଗ୍ୟାସ୍‌ ଲିମିଟେଡ୍‌ର ଏକ ସିଏନ୍‌ଜି ବୋଝେଇ ଟ୍ରକ୍‌ (ଓଡି୦୨ବିଏସ୍‌୧୬୨୦)ରୁ ଗ୍ୟାସ୍‌ ଲିକ୍‌ ହୋଇ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା।

hfhkhfkhfk

ଖଣ୍ଡଗିରି: ଆଜି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଖଣ୍ଡଗିରି ଥାନା ସମ୍ମୁଖ ଓଭର୍‌ବ୍ରିଜ୍‌ ଉପରେ ଗେଲ୍‌ ଗ୍ୟାସ୍‌ ଲିମିଟେଡ୍‌ର ଏକ ସିଏନ୍‌ଜି ବୋଝେଇ ଟ୍ରକ୍‌ (ଓଡି୦୨ବିଏସ୍‌୧୬୨୦)ରୁ ଗ୍ୟାସ୍‌ ଲିକ୍‌ ହୋଇ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରକ୍‌ ପଛରୁ ଆସୁଥିବା ଗାଡ଼ିଗୁଡ଼ିକ ଏହା ଜାଣିପାରି ଅଟକି ଯାଇଥିଲେ। ଗ୍ୟାସ୍‌ ବୋଝଇ ଟ୍ରକ୍‌ଟି ଓଭର୍‌ ବ୍ରିଜ୍‌ର ମଧ୍ୟଭାଗରେ ଅଟକି ରହିବାରୁ ପଛରେ ଶତାଧିକ ଗାଡ଼ି ମଧ୍ୟ ଅଟକି ଯାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ଭିଡ଼ ନିୟନ୍ତ୍ରଣ କରିଥିଲା। ତମାଣ୍ଡୋ ଅଗ୍ନିଶମ ବାହିନୀର ଏକ ୧୫ଜଣିଆ ଟିମ୍‌ ଦୁଇଟି ଦମକଳ ସହିତ ସେଠାରେ ପହଞ୍ଚି ପାଣି ସ୍ପ୍ରେ ଆରମ୍ଭ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ପାଣି ସ୍ପ୍ରେ ଚାଲିଥିଲା। ସେହି ସମୟତକ ସେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଖଣ୍ଡଗିରି ଥାନାର ଏକ ଟିମ୍‌ ଡାଇଭର୍ସନ୍‌ଠାରେ ରହି ବରମୁଣ୍ଡା ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ତଳପଟେ ଛାଡ଼ିଥିଲେ। ସେହିପରି ଓଭର୍‌ବ୍ରିଜ୍‌ରେ ଥିବା ଗାଡ଼ିସବୁ ପଛୁଆ ଆସି ତଳପଟେ ଯାଇଥିଲେ। ସୂଚନା ପାଇ ଜୋନ୍‌-୩ ଏସିପି ତାପସ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଭିଡ଼ ନିୟନ୍ତ୍ରଣରେ ସହଯୋଗ କରିଥିଲେ। ଏହାପରେ ଗେଲ୍‌ ପକ୍ଷରୁ ଏକ ବୈଷୟିକ ଟିମ୍‌ ଆସି ଟ୍ରକ୍‌ରେ ଲୋଡ୍‌ ହୋଇଥିବା ସମସ୍ତ ସିଲିଣ୍ଡରକୁ ଯାଞ୍ଚ କରିଥିଲେ। ସବୁ ଠିକ୍‌ ଥିବା ଜାଣିବା ପରେ ଗାଡ଼ିକୁ ଛଡ଼ାଯାଇଥିଲା। ତା’ ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

ଗାଡ଼ିଟି ଉତ୍ତରାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଗ୍ୟାସ୍‌ ସିଲିଣ୍ଡର୍‌ଗୁଡ଼ିକ ଟ୍ୟୁବିଂ ପାଇପ୍‌ ଦ୍ବାରା ପରସ୍ପର ସହିତ ସଂଯୋଗ କରାଯାଇଥିଲା ବେଳେ ଏକ ସିଲିଣ୍ଡର୍‌ର ପଏଣ୍ଟଟି ଖସିଯିବାରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ଗେଲ୍‌ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଛି। ହମ୍ପ୍‌ସରେ ମାଡ଼ହେବା କିମ୍ବା କୌଣସି ବୈଷୟିକ ତ୍ରୁଟି ପାଇଁ ଏପରି ହୋଇଥାଇପାରେ ବୋଲି ସେମାନେ କହିଛନ୍ତି। ସୂଚନା ଅନୁଯାୟୀ ଗତ ଦେଢ଼ମାସ ମଧ୍ୟରେ ଏଭଳି ୩ଟି ଗ୍ୟାସ୍‌ ଲିକ୍‌ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ରଶେଖରପୁର ନିକଟ ଏକ ପରିତ୍ୟକ୍ତ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ନିର୍ଗତ ହୋଇଥିଲା ବେଳେ ଧଉଳି ଅଞ୍ଚଳରେ ମଧ୍ୟ ଗ୍ୟାସ୍‌ ଲିକ୍‌ ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe