ମୁଣ୍ଡା‌ ସାହିରେ ଗ୍ୟାସ ଲିକ୍ ଘଟଣା : ମେକାନିକ୍ ଗିରଫ

Advertisment
ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ଭୁବନେଶ୍ବର : ନୂଆପଲ୍ଲୀ ଥାନା ଅଧୀନ ମୁଣ୍ଡା ସାହିରେ ଗ୍ୟାସ ଲିକ ହୋଇ ୯ ଜଣ ଗୁରୁତର ହେବା ଘଟଣାରେ ପୁଲିସ ଆଜି ଏକ ଗ୍ୟାସ ବିତରଣ କମ୍ପାନିର ମେକାନିକ୍‌କୁ ଗିରଫ କରିଛି। ତା ନାଁ ସୂର୍ଯ୍ୟକାନ୍ତ ମହାପାତ୍ର। ଘର ଶ୍ରୀ ଲିଙ୍ଗରାଜ ଥାନା ଅଧୀନରେ। କର୍ତବ୍ୟରେ ଅବହେଳା କାରଣରୁ ତାଙ୍କୁ ଗିରଫ କରାଯାଇଛି। ସେ ଠିକ ଭାବେ ଗ୍ୟାସ ମରାମତି ନ କରିବାରୁ ଗ୍ୟାସ ଲିକ୍ ହୋଇଥିଲା ଯାହା ଫଳରେ ପାଖ ପଡୋଶୀମାନେ ପୋଡି ହୋଇ ଯାଇଥିଲେ। ଏ ନେଇ ବସ୍ତି ବାସିନ୍ଦା ଗତକାଲି ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା କି, ସୂର୍ଯ୍ୟକାନ୍ତ ଗ୍ୟାସ ମରାମତି ଶିଖି ନାହାନ୍ତି। ତେଣୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଇନ୍ସପେକ୍ଟର ଅରୁଣ ସ୍ବାଇଁ ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ସଂଧ୍ୟାରେ ନୂଆପଲ୍ଲୀ ଥାନା ଅଧୀନ ସିଆରପି ଛକ ମୁଣ୍ଡସାହିରେ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୯ଜଣ ମଙ୍ଗୁଳି ସିଂହ, ପୀତାମ୍ବର ସିଂହ, ନୀତୀଶ ହେମ୍ବ୍ରମ, କିଉନ ତରିଆ, ବନବାସୀ ଗାଗରାଇ, ବନମାଳି ହେମ୍ବ୍ରମ, ଗାଙ୍ଗାରାମ ରାଗାରାଇ, ବଟକଳା ତିରିଆ, ରାଉଲା ହେମ୍ବ୍ରମ ପ୍ରମୁଖ ଗୁରୁତର ଆହତ ହୋଇଥିଲେ। କାହାର ଗୋଡ଼ ପୋଡି ଯାଇଥିଲା ତ ଆଉ କାହାର ହାତ। ଖବର ପାଇ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାରେ ଭର୍ତି କରିଥିଲା। ସାହିର ଜଣେ ବ୍ୟକ୍ତିଙ୍କ ଗ୍ୟାସ ଲିକ୍ ହୋଇଥିଲା। ଏ ନେଇ ସେ ଗ୍ୟାସ୍‌ ବିତରଣ କମ୍ପାନି ସହ ଯୋଗାଯୋଗ କରିଥିଲେ। ସଂଧ୍ୟାରେ ଗ୍ୟାସ୍ ବିତରଣ କମ୍ପାନି ପକ୍ଷରୁ ସୂର୍ଯ୍ୟକାନ୍ତି ଚୁଲା ସଜାଡ଼ୁଥି‌ଲେ। ତେବେ ଏହି ସମୟରେ ଗ୍ୟାସ୍‌ ପଡ଼ୋଶୀଙ୍କ ରୋଷ ନିଆଁ ସଂପର୍କରେ ଆସିବାରୁ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ପୂରା ସାହିକୁ ନିଆଁ ବ୍ୟାପି ଯାଇଥିଲା। ଫଳରେ ସାହିରେ ଅନେକ ପୋଡ଼ି ହୋଇଯାଇଥିଲେ। ସାହି ଲୋକ ଗ୍ୟାସ ବିତରଣ କମ୍ପାନି କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe