ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ବାରମ୍ବାର ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରି ଚାଲିଛନ୍ତି। ଏହାକୁ ପ୍ରତିବାଦ ଜଣାଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭୁବନେଶ୍ୱର ଜୋନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜୋନ୍ ସଂପାଦକ ସୁର ଜେନାଙ୍କ ନେତୃତ୍ୱରେ ଶୋଭାଯାତ୍ରାକାରୀ ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଦଳର କହିବାନୁଯାୟୀ, ରନ୍ଧନ ଗ୍ୟାସ୍ର ଦରବୃଦ୍ଧି ଗୃହିଣୀମାନଙ୍କୁ ମୋଦି ସରକାରଙ୍କ ଦଶହରା ଭେଟି। ମହିଳାଙ୍କୁ ସମ୍ମାନ କଥା କହୁଥିବା କେନ୍ଦ୍ର ସରକାର ଗ୍ୟାସ୍ ଉପରେ ପ୍ରତି ମାସରେ ଦରବୃଦ୍ଧି କରି ସବ୍ସିଡିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଚକ୍ରାନ୍ତ ଚଳାଇ ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି। ଯାହାକୁ ବିକ୍ଷୋଭକାରୀ ତୀବ୍ର ନିନ୍ଦା କରିଥିଲେ।
ବିକ୍ଷୋଭରେ ଜୋନ ସହ ସଂପାଦକ କୈଳାସ ପୁହାଣ, ଛେତମ୍ବର ଭୋଇ, ଲୋକନାଥ ଭୋଇ, ଗୀତାଞ୍ଜଳି ଜେନା, ସବିତା ବେହେରା, ସୁଷମା ଭୋଇ, ରୀତା ସେଠୀ, ଶୈଳ ନାୟକ, ତୁଳସୀ ଦେଇ, ସସ୍ମିତା ନାୟକ, କାଣ୍ଡେଇ ଭୋଇ, ମମତା ବରାଳ, ବାଇଧର ମୁର୍ମୁ ଓ ରାମ ବେହେରା ପ୍ରମୁଖ ସାମିଲ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us