ଗ୍ୟାସ୍‌ ଷ୍ଟୋର୍‌ କିପର୍‌ଙ୍କୁ କରୋନା, ସଙ୍ଗରୋଧରେ ସଂକ୍ରମିତଙ୍କ ୫ ସହକର୍ମୀ

Advertisment

ପୂର୍ବରୁ ବିରିୟାନି ଡେଲିଭରି ବଏ ହୋଇଥିଲେ ଆକ୍ରାନ୍ତ

ପୂର୍ବରୁ ବିରିୟାନି ଡେଲିଭରି ବଏ ହୋଇଥିଲେ ଆକ୍ରାନ୍ତ

ଗ୍ୟାସ୍‌ ଷ୍ଟୋର୍‌ କିପର୍‌ଙ୍କୁ କରୋନା, ସଙ୍ଗରୋଧରେ ସଂକ୍ରମିତଙ୍କ ୫ ସହକର୍ମୀ

ଚନ୍ଦ୍ରଶେଖରପୁର: କିଛି ଦିନ ପୂର୍ବରୁ ରାଜଧାନୀର ଜଣେ ବିରିୟାନି ଡେଲିଭରି ବଏ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ଏକ ଗ୍ୟାସ୍‌ ଏଜେନ୍ସିର ଷ୍ଟୋର୍‌ କିପର୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ଚନ୍ଦ୍ରଶେଖର ଅଞ୍ଚଳରେ ସଂପୃକ୍ତ ଯୁବକଜଣକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସଂପୃକ୍ତ ଏଜେନ୍ସିରୁ କାହା କାହା ଘରକୁ ଗ୍ୟାସ୍‌ ଡେଲିଭରି ହୋଇଛି ତାହାର ଅନୁସନ୍ଧାନ ଜାରି ରହିଥିବା ବେଳେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆଜି ସଂପୃକ୍ତ ଗ୍ୟାସ୍‌ ଏଜେନ୍‌ସିରେ କାର୍ଯ୍ୟ କରୁଥିବା ଅନ୍ୟ ୫ଜଣ ସହକର୍ମୀମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଜଣାପଡ଼ିଛି।

ଭୁବନେଶ୍ବର ବ୍ଲକ୍ କଲ୍ୟାଣପୁର ପଞ୍ଚାୟତ ଅଧୀନ କଳାଝରୀ ଗ୍ରାମ ନିକଟରେ ଥିବା ଏକ ଗ୍ୟାସ୍ ‌ଏଜେନସିରେ ସଂପୃକ୍ତ ଯୁବକଜଣକ କାର୍ଯ୍ୟ କରୁଥିଲେ। ସରକାରୀ ସୂତ୍ରରୁ ସୂଚନା ପାଇ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ସାସମଲ ତୁରନ୍ତ ଆକ୍ରାନ୍ତ ରହୁଥିବା ସ୍ଥାନରେ ପହଞ୍ଚି ପ୍ରଶାସନ ଓ ପୁଲିସ୍ ସହଯୋଗରେ ଆକ୍ରାନ୍ତଜଣଙ୍କୁ କିମ୍‌ସ କୋଭିଡ଼୍ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଇଛନ୍ତି। ସ୍ବତନ୍ତ୍ର ଦଳ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରି ସେ ବ୍ୟବହାର କରୁଥିବା ଗାଡ଼ି ଓ ନିକଟ ଅଞ୍ଚଳରେ ବୁଲାବୁଲି କରୁଥିବା ବଜାରକୁ ସିଲ୍ କରିଥିଲେ। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଥାନା ପୁଲିସ୍ ପହଞ୍ଚି ଗ୍ୟାସ୍ ଏଜେନ୍ସିକୁ ସିଲ୍ କରିବା ସହ ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ପୁଲିସ୍ ଓ ପ୍ରଶାସନ ଅଧିକାରୀ ଗ୍ରାମରୁ ଚାଲିଯିବା ପରେ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ଗାଁ ଓ ଆକ୍ରାନ୍ତଜଣଙ୍କ ଯାଇଥିବା ବିଭିନ୍ନ ସ୍ଥାନକୁ ସାନିଟାଇଜ୍ କରିବା ପାଇଁ ଦାବି କରିଥିଲେ। ସରପଞ୍ଚ ସେମାନଙ୍କ କଥାରେ ସହମତି ପ୍ରକାଶ କରିଥିବା ବେଳେ ପ୍ରଶାସନର ସହଯୋଗ ବିଳମ୍ବ ହେବାରୁ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ସଂଧ୍ୟାରେ କିଛି ଲୋକ ନିଜ ଆଡ଼ୁ ଗ୍ରାମ ପ୍ରବେଶ ପଥକୁ ବାଉଁଶ ବାନ୍ଧି ସିଲ୍ କରିବା ସହ ଫିନାଇଲ୍ ପାଣି‌ରେ ଦାଣ୍ଡକୁ ଧୋଇଥିବା ସୂଚନା ମିଳିଛି।

publive-image

ଅପରପକ୍ଷରେ ଗ୍ୟାସ୍ ଏଜେନ୍ସିରେ କାମ କରୁଥିବା ଅନ୍ୟ ଲୋକମାନେ ସଙ୍ଗରୋଧରେ ରହିବା ପାଇଁ ପଞ୍ଚାୟତ କେନ୍ଦ୍ରକୁ ନ ଯିବାରୁ ଗ୍ରାମବାସୀ ଓ ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ସରପଞ୍ଚ ଓ ସ୍ଥାନୀୟ ପୁଲିସ୍ ସେମାନଙ୍କୁ ବୁଝାସୁଝା କରି ସେହି ଏଜେନ୍ସିର ମେସ୍‌ରେ ସମସ୍ତ କର୍ମଚାରୀମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ପରେ ଗାଁର ଲୋକମାନଙ୍କୁ ବୁଝାସୁଝା କରିଥିଲେ। କରୋନା ଆକ୍ରାନ୍ତଙ୍କ ସହ ଭେଦଭାବ କରିବା ଆଇନଗତ ଅପରାଧ ବୋଲି ସ୍ଥାନୀୟ ପୁଲିସ୍ ଲୋକମାନଙ୍କୁ ବୁଝାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe