ଗ୍ୟାସଟାଙ୍କି ଫାଟି ମିସ୍ତ୍ରି ଗୁରୁତର

Advertisment
ଗ୍ୟାସଟାଙ୍କି ଫାଟି ମିସ୍ତ୍ରି ଗୁରୁତର

Prothom Alo

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ବଜାରରେ ଥିବା ଏକ ୪ ଚକିଆ ଭାରୀଯାନ ଗ୍ୟାରେଜରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ କାରବେରଟେର୍‌ ଗ୍ୟାସ ଟାଙ୍କି ହଠାତ୍‌ ଫାଟିଯିବାରୁ ଘଟଣାସ୍ଥଳରେ ଜଣେ ଓଲ୍ଡିଂ ମିସ୍ତ୍ରି ଗୁରୁତର ଆହତ ହୋଇଛନ୍ତି। ଗ୍ୟାରେଜ୍‌ରେ କାମ କରୁଥିବା ଏହି ମିସ୍ତ୍ରି ହେଲେ ସ୍ଥାନୀୟ ଓଉପଡ଼ା ଗ୍ରାମର ଅଲେଖ ଭୋଇଙ୍କ ପୁଅ କୋଇଲି ଭୋଇ (୩୨)। କୋଇଲିଙ୍କ ମୁହଁ, ବାମହାତ ଓ ଗୋଡ଼ ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି। ସ୍ଥାନୀୟ ଲୋକ କୋଇଲିଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ କୋଇଲି ଗ୍ୟାସଟାଙ୍କିର ତ୍ରୁଟି ପରଖୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe