ଭୁବନେଶ୍ୱର : ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ବିରୋଧୀ ମଞ୍ଚର ଆହ୍ଵାନ କ୍ରମେ ଆଜି ଦେଶବ୍ୟାପୀ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଲେଖକ, ଓକିଲ, ସାମ୍ବାଦିକ, ସାମାଜିକ କର୍ମୀ ପ୍ରମୁଖ ଯୋଗ ଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗୌରୀଙ୍କ ହତ୍ୟାକାରୀଙ୍କ ପଛରେ ଥିବା ରାଜନୈତିକ ଶକ୍ତିକୁ ଲୋକଲୋଚନକୁ ଆଣିବା ପାଇଁ ମଞ୍ଚ ପକ୍ଷରୁ ଦାବି କରା ଯାଇଥିଲା।
ଏହି ପ୍ରତିବାଦ ସଭାରେ କବି ଆଶୁତୋଷ ପରିଡ଼ା, ଅଧ୍ୟାପକ ବୀରେନ୍ଦ୍ର ନାୟକ, ମାନବାଧିକାକର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ, ବାମପନ୍ଥୀ ନେତା ଅଳିକିଶୋର ପଟ୍ଟନାୟକ, ରାମକୃଷ୍ଣ ପଣ୍ଡା, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଶିବରାମଙ୍କ ସମେତ ଅମିୟ ପାଣ୍ଡବ, ଡ. ଗୋଲକ ବିହାରୀ ନାଥ, ସୁଜାତା ସାହାଣୀ ପ୍ରମୁଖ ସାମିଲ ହୋଇଥିଲେ। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ପିୟୁସିଏଲ, ଏନ୍ଏପିଏମ୍, ଲୋକଶକ୍ତି ଅଭିଯାନ, ଆରପିଆଇ, ଇନସାଫ୍, ଫରଓ୍ଵାର୍ଡ ବ୍ଲକ, ଏଆଇଏସ୍ଏଫ୍, ଏଇପିଏଫ୍, ଏଲଭିଏମ୍, ଏଆଇଓ୍ଵାଇଏଫ୍ ପ୍ରମୁଖ ସଂଗଠନ ସଦସ୍ୟମାନେ ଏଥିରେ ଯୋଗ ଦେଇଥିଲେ। ପ୍ରତିବାଦ ସଭା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରତିବାଦକାରୀମାନେ ଦାବିପତ୍ର ପ୍ରଦାନ କରିଥିଲେ।
Follow Us