କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଜେରିଆଟିକ୍‌ ୱାର୍ଡ

Advertisment
କ୍ୟାପିଟାଲ ହସ୍ପିଟାଲ୍‌ର ଦୁଇ ବିଭାଗକୁ ମିଳିଲା ପିଜି ନାମଲେଖା ଅନୁମତି, ମେଡିସିନ୍‌କୁ ୫ ସିଟ୍

capitalhospital.nic.in

ଭୁବନେଶ୍ବର : ବୟସାଧିକ ରୋଗୀମାନଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆଜି ଜେରିଆଟିକ୍ ବା ଜରାରୋଗୀ ୱାର୍ଡ ଉଦ୍‌ଘାଟିତ ହୋଇଛି। ୧୦ଶଯ୍ୟା ବିଶିଷ୍ଟ ଜରାରୋଗୀ ୱାର୍ଡରେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ଲାଗି ସମସ୍ତ ପ୍ରକାର ସୁବିଧା ରହିଛି। ପୂର୍ବଭଳି ସେମାନଙ୍କୁ ଆଉ ସାଧାରଣ ବିଭାଗରେ ରଖାଯିବ ନାହିଁ। ମଧୁମେହ, ରକ୍ତଚାପ, ଫିଜିଓଥେରାପି, ଜ୍ବର ପୀଡ଼ିତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ଧଳଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ବାର୍ଦ୍ଧକ୍ୟଗ୍ରସ୍ତ ବରିଷ୍ଠ ନାଗରିକମାନେ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଉଦ୍‌ଘାଟନ ସମୟରେ କ୍ୟାପିଟାଲ ହସ୍ପିଟାଲର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଜରାରୋଗୀ ୱାର୍ଡ ପାଇଁ ୪୦ଲକ୍ଷ ଟଙ୍କା ଖର୍ଚ‌ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe