Advertisment

GGP Colony Park: ଉଜୁଡ଼ିଗଲାଣି ଜିଜିପି କଲୋନି ପାର୍କ: ଭାଙ୍ଗିଗଲାଣି ବ୍ୟାୟାମ, ଖେଳ ଉପକରଣ, ଉନ୍ନତି ନାଁରେ ମାଟିଖୋଳି ନେଇଗଲେ

Advertisment

ଅବସର ବିନୋଦନ ସହ ବ୍ୟାୟାମ ଓ ଖେଳକୁଦ ପାଇଁ ପାର୍କ ଓ ଶିଶୁ ଉଦ୍ୟାନ ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ସକାଳେ ଓ ସଂଧ୍ୟାରେ ଏଥିପାଇଁ ପାର୍କରେ ଭିଡ଼ ଜମୁଛି। କିନ୍ତୁ ରସୁଲଗଡ଼ ଜିଜିପି କଲୋନି ଅଞ୍ଚଳବାସୀ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି।

ଅବସର ବିନୋଦନ ସହ ବ୍ୟାୟାମ ଓ ଖେଳକୁଦ ପାଇଁ ପାର୍କ ଓ ଶିଶୁ ଉଦ୍ୟାନ ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ସକାଳେ ଓ ସଂଧ୍ୟାରେ ଏଥିପାଇଁ ପାର୍କରେ ଭିଡ଼ ଜମୁଛି। କିନ୍ତୁ ରସୁଲଗଡ଼ ଜିଜିପି କଲୋନି ଅଞ୍ଚଳବାସୀ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି।

fshfshhfhf

ଭୁବନେଶ୍ୱର: ଅବସର ବିନୋଦନ ସହ ବ୍ୟାୟାମ ଓ ଖେଳକୁଦ ପାଇଁ ପାର୍କ ଓ ଶିଶୁ ଉଦ୍ୟାନ ରାଜଧାନୀବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ସକାଳେ ଓ ସଂଧ୍ୟାରେ ଏଥିପାଇଁ ପାର୍କରେ ଭିଡ଼ ଜମୁଛି। କିନ୍ତୁ ରସୁଲଗଡ଼ ଜିଜିପି କଲୋନି ଅଞ୍ଚଳବାସୀ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି। ପାର୍କ ଥିଲେ ବି ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଲାଗିଥିବା ବିଶ୍ରାମ ସ୍ଥାନ, ବ୍ୟାୟାମ ଓ ଖେଳ ଉପକରଣ ଭାଙ୍ଗିରୁଜି ଗଲାଣି। ସାମାନ୍ୟ ବର୍ଷାରେ ପାର୍କରେ ପାଣି ଜମୁଛି ଓ କାଦୁଅ ପଚପଚ ହେଉଛି। ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଲୋକେ ଯିବାକୁ ଅସୁରକ୍ଷିତ ମଣୁଛନ୍ତି। ଏଣୁ ଅଞ୍ଚଳବାସୀ ଏଠାକୁ ଯିବାକୁ ଚାହୁଥିଲେ ବି ଭିତ୍ତିଭୂମି ଓ ଅନ୍ୟାନ୍ୟ ଅସୁବିଧା କାରଣରୁ ମୁହଁ ମୋଡ଼ୁଛନ୍ତି।

ସେପଟେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏହି ପାର୍କର ରକ୍ଷଣାବେକ୍ଷଣ ବାବଦରେ ମାସିକ ୨୦ହଜାର ଟଙ୍କା ଖର୍ଚ୍ଚ କରୁଛି। ପାର୍କର ରକ୍ଷଣାବେକ୍ଷଣ ଓ ପରିଚାଳନା କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଏକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଉଛି। କିନ୍ତୁ ଏହି ସ୍ବୟଂ ସହାୟକ ଗୋଷ୍ଠୀ ପାର୍କ ମାଟି ମାଡ଼ୁନି। ଅଞ୍ଚଳବାସୀ ଏ ସଂପର୍କରେ ବିଏମ୍‌ସିର ଅଧିକାରୀ ଓ କର୍ପୋରେଟରଙ୍କୁ ଏକାଧିକ ଥର ଲିଖିତ ଭାବେ ଜଣାଇଥିଲେ ବି ଫଳ ଶୂନ୍।

୧୬ଲକ୍ଷ ଟଙ୍କା ଅନୁମୋଦନ ହୋଇଛି: କର୍ପୋରେଟର୍
ଜିଜିପି କଲୋନି ପାର୍କ ଅବ୍ୟବସ୍ଥା ସଂପର୍କରେ ଜାଣିଛି। ଏହି ପାର୍କର ଉନ୍ନତିକରଣ ପାଇଁ ୧୬ଲକ୍ଷ ଟଙ୍କା ଅନୁମୋଦନ ହୋଇଛି ବୋଲି ୧୮ ନମ୍ବର ୱାର୍ଡ କର୍ପୋରେଟର୍ ବିପ୍ଳବ ବେହେରା କହିଛନ୍ତି। ଶ୍ରୀ ବେହେରା କହିଛନ୍ତି, ଏହି ପାର୍କ ପାଇଁ କର୍ପୋରେସନ୍‌ ୧୬ଲକ୍ଷ ଟଙ୍କା ଅନୁମୋଦନ ମିଳିଛି। ଟେଣ୍ଡର ପରେ କାମ ଆରମ୍ଭ ହେବ। ଯେଉଁ ସବୁ ଉପକରଣ ଭାଙ୍ଗି ପଡ଼ିଛି, ପରିବର୍ତ୍ତନ କରାଯିବ। ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ବିକାଶ କରାଯିବ।

ବିଏମ୍‌ସି କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ୧୮ ନମ୍ବର ୱାର୍ଡ ଜିଜିପି କଲୋନି ପାର୍କର ବିକାଶ କରିଥିଲା। ୨୦୧୭ ମସିହାରେ ସ୍ବାୟତ୍ତ ଶାସନ ଅବସରରେ ପାର୍କର ଭିତ୍ତିପ୍ରସ୍ତର ପଡ଼ିଥିଲା। ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଭିତ୍ତିପ୍ରସ୍ତର ପକାଇଥିଲେ। ୨୨ଲକ୍ଷ ଟଙ୍କା ବ୍ୟୟରେ ପାର୍କ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ମୁକ୍ତା ଯୋଜନାରେ ବହୁ ଟଙ୍କା ଏହି ପାର୍କରେ ଖର୍ଚ୍ଚ କରାଯାଇଛି। କେତେବେଳେ ମାଟି ପକାଇ ତ କେତେବେଳେ ଘାସ ଲଗାଇବା ପାଇଁ, ପୁଣି କେତେବେଳେ ବ୍ୟାୟାମ ଓ ଖେଳ ଉପକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ସଂପୂର୍ଣ୍ଣ ଉଜୁଡ଼ିଯାଇଛି। ବସିବା ସ୍ଥାନ ସହ ବ୍ୟାୟାମ ଓ ଖେଳ ଉପକରଣ ଭଗ୍ନ ଅବସ୍ଥାରେ ପଡ଼ିଥିବା ବେଳେ ବିକାଶ ନାଁରେ ମାଟି ଖୋଳି ଦିଆଯାଇଥିବାରୁ ପଡ଼ିଆ ମଝିରେ ପାଣି ଜମୁଛି। ଫାଟକ ବି ଭାଙ୍ଗି ଝୁଲି ପଡ଼ିଲାଣି। ଏଣୁ ଗାଈଗୋରୁ, କୁକୁର ଆଦିଙ୍କ ଏଥିରେ ଅବାଧ ପ୍ରବେଶ ରହିଛି। ଜିଜିପି କଲୋନିର ବରିଷ୍ଠ ମହିଳା ବିଜୟଲକ୍ଷ୍ମୀ ବଳ କହିଛନ୍ତି, ସକାଳୁ ଚଲାବୁଲା ଅବା ବ୍ୟାୟାମ ପାଇଁ ଆମ ଅଞ୍ଚଳରେ ଏକମାତ୍ର ଜିଜିପି କଲୋନି ପାର୍କ ରହିଛି। ଏହା ଉପରେ ଜିଜିପି କଲୋନି ସହ ରସୁଲଗଡ଼ ଓ ଆଖପାଖ ଅଞ୍ଚଳର ଲୋକେ ନିର୍ଭରଶୀଳ।

ବିଶେଷ କରି ବରିଷ୍ଠ ନାଗରିକମାନେ ଏଠାକୁ ଆସି ଖୁସି ଅନୁଭବ କରନ୍ତି। ପାର୍କରେ ସୌନ୍ଦର୍ଯ୍ୟୀକରଣ ଗଛ ଲଗାଇବେ ବୋଲି ମାଟି ତାଡ଼ିଥିଲେ। ମାଟି ତାଡ଼ି ନେବା ପରେ କାହାରି ଦେଖାଦର୍ଶନ ନାହିଁ। ଏଣୁ ପାର୍କ ଭିତରେ ପାଣି ଜମୁଛି। କେହି ବି କିଛି ଦେଖାରଖା କରୁନାହାନ୍ତି। ପାର୍କର ଅବ୍ୟବସ୍ଥା ସଂପର୍କରେ ବହୁବାର ବିଏମ୍‌ସିରେ ଅଭିଯୋଗ କଲୁଣି, କିନ୍ତୁ କେହି ଶୁଣୁନାହାନ୍ତି। ଜିଜିପି କଲୋନିର ବରିଷ୍ଠ ନାଗରିକ ମନୋଜ ଜେନା, ଜୀବନ ଦାଶ ବି ସମାନ କଥା ଦୋହରାଇଛନ୍ତି। ଶ୍ରୀ ଜେନା ଓ ଶ୍ରୀ ଦାଶ କହିଛନ୍ତି, ବ୍ୟାୟାମ ସହ ପିଲାଙ୍କ ଖେଳ ଉପକରଣ ବହୁଦିନରୁ ଭାଙ୍ଗିଗଲାଣି। ଫାଟକ ବି କଳଙ୍କି ଲାଗି ଭାଙ୍ଗିଗଲାଣି। ପାର୍କ ଭିତରେ ଶୌଚାଳୟ ନ ଥିବାରୁ ମହିଳାମାନେ କଲବଲ ହେଉଛନ୍ତି। ବର୍ଷା ହେଲେ, ଛିଡ଼ା ହେବାକୁ ସେଡ୍ ନାହିଁ। ଏ ସଂପର୍କରେ କର୍ପୋରେଟର୍ ଓ ଅନ୍ୟମାନଙ୍କୁ ଲିଖିତ ଅଭିଯୋଗ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe