ଗୋହିରା-ଛତାବର ରାସ୍ତାରେ ଘାଇ

ଗୋହିରା-ଛତାବର ରାସ୍ତାରେ ଘାଇ

ଖଣ୍ତଗିରି: ପୁଣି କନ୍ଦେଇଲା ଇଡ୍‌କୋ ରାସ୍ତା। ବଡ଼ରଘୁନାଥପୁରରେ ୪୦ ପରିବାରକୁ ଜଳବନ୍ଦୀ ତ କଲା, ଶେଷରେ ୫ ପଞ୍ଚାୟତର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ଗୋହିରା-ଛତାବର ରାସ୍ତାରେ ଘାଇ କରିଦେଲା। ଫଳରେ ଆଜି ଦିନ ତମାମ୍‌ ଏହି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ପାଞ୍ଚ ପଞ୍ଚାୟତର ଶହ ଶହ ଲୋକେ ଆଜି ରାସ୍ତା ବନ୍ଦ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗୁରୁବାର ରାତିରେ ଚନ୍ଦକା ଜଙ୍ଗଲର ଉପରମୁଣ୍ତର ପ୍ରବଳ ବର୍ଷା ଜଳ ଆଜି ସକାଳୁ ତଳିଆ ଅଞ୍ଚଳକୁ ଗଡ଼ିଥିଲା। ଫଳରେ ଜଟଣୀ ବ୍ଲକ ମଦନପୁର ପଞ୍ଚାୟତର ବଡ଼ରଘୁନାଥପୁରରେ ବନ୍ୟା ସୃଷ୍ଟି ହୋଇଥିଲା। ବଡ଼ରଘୁନାଥପୁର ଶିବ ମନ୍ଦିର, ଗୀତା ଇ˚ଜନିୟରି˚ କଲେଜ ଓ ଗାନ୍ଧୀ ଇ˚ଜିନିୟରି˚ କଲେଜ ପଛ ପଟକୁ ଗଢ଼ି ଉଠିଥିବା କଲୋନି ବୁଡ଼ି ଯାଇଥିଲା। ଫଳରେ ୪୦ ପରିବାର ଜଳବନ୍ଦୀ ହୋଇ ଯାଇଥିଲେ। ସମସ୍ତଙ୍କ ଘରେ ପାଣି ପଶି ଯାଇଥିଲା। ବନ୍ୟା ଜଳ ନିଷ୍କାସନ ପାଇଁ ବାଟ ନ ପାଇ ବଡ଼ରଘୁନାଥପୁର ବଜାର ନିକଟରେ ଗୋହିରା-ଛତାବର ରାସ୍ତା ବୁଡ଼ାଇଲା ଓ କିଛି ସମୟ ପରେ ପରେ ସେଠାରେ ଏକ ଘାଇ କରିଦେଲା। ଫଳରେ ମଦନପୁର, ଛତାବର, ମେଣ୍ଢାଶାଳ, ପାଇକରାପୁର ଓ ଅଙ୍ଗାରପଡ଼ା ଏମିତି ପାଞ୍ଚ ପଞ୍ଚାୟତର ଲୋକଙ୍କ ସବୁ ଦିନିଆ ବାଟ ବନ୍ଦ ହୋଇଗଲା। ଉଲ୍ଲେଖଯୋଗ୍ୟ ଯେ ମଦନପୁର, ହରପୁର ଓ ଯାଁଳା ଗହୀର ଦେଇ ଇନ୍‌ଫୋଭ୍ୟାଲି-୨କୁ ଲମ୍ବିଥିବା ୨ ଶହ ଫୁଟିଆ ରାସ୍ତା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଆସୁଛି। ଏହି ରାସ୍ତାରେ ନିର୍ମାଣ କରାଯାଇଥିବା କଲଭର୍ଟ ଗୁଡ଼ିକ ଖୁବ୍‌ ଛୋଟ ହୋଇଥିବାରୁ ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ଗତ ୩ ବର୍ଷ ହେଲା ଏହି ରାସ୍ତା ବଡ଼ରଘୁନାଥପୁର ପାଇଁ ଦୁଃଖ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe