ଫାଇନାନ୍ସ ଆଇନ୍‌କୁ ବିରୋଧ କରି ଜଏଣ୍ଟ ଫୋରମ ଅଫ୍ ପେନସନର୍ସ ସଂଘର ବିକ୍ଷୋଭ

Advertisment

ଫାଇନାନ୍ସ ଆଇନ୍‌-୨୦୨୫କୁ ବିରୋଧ କରି ଆଜି ଜଏଣ୍ଟ ଫୋରମ୍‌ ଅଫ୍ ପେନ୍‌ସନର୍ସ ସଂଘ ପକ୍ଷରୁ ଭୁବନେଶ୍ବରସ୍ଥିତ ଜିପିଓ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ଏହି ଆଇନ୍‌ ଜରିଆରେ...

ଫାଇନାନ୍ସ ଆଇନ୍‌-୨୦୨୫କୁ ବିରୋଧ କରି ଆଜି ଜଏଣ୍ଟ ଫୋରମ୍‌ ଅଫ୍ ପେନ୍‌ସନର୍ସ ସଂଘ ପକ୍ଷରୁ ଭୁବନେଶ୍ବରସ୍ଥିତ ଜିପିଓ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ଏହି ଆଇନ୍‌ ଜରିଆରେ...

dfdfcvcvf

ଭୁବନେଶ୍ବର: ଫାଇନାନ୍ସ ଆଇନ୍‌-୨୦୨୫କୁ ବିରୋଧ କରି ଆଜି ଜଏଣ୍ଟ ଫୋରମ୍‌ ଅଫ୍ ପେନ୍‌ସନର୍ସ ସଂଘ ପକ୍ଷରୁ ଭୁବନେଶ୍ବରସ୍ଥିତ ଜିପିଓ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ଏହି ଆଇନ୍‌ ଜରିଆରେ ସରକାର ପେନ୍‌ସନର୍ସଙ୍କ ମଧ୍ୟ‌ରେ ଭାଗ ଭାଗ କରିବାକୁ ଚାହୁଁଛନ୍ତି। ଏହି ଆଇନ୍‌ ସିସିଏସ୍‌ ପେନସନ ନିୟମ-୧୯୭୨, ୨୦୨୧ ଓ ୨୦୨୩ର ବୈଧତାକୁ ଭଙ୍ଗ କରୁଛି। ପୂର୍ବରୁ ସୁପ୍ରିମ୍‌କୋର୍ଟ ପେନ୍‌ସନର୍ସଙ୍କ ପାଇଁ ଥିବା ନିୟମରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ଏହି ଆଇନ ମାଧ୍ୟମରେ ନିଜକୁ ନିଜେ ନିୟମରେ ପରିବର୍ତ୍ତନ ପାଇଁ କ୍ଷମତା ଦେଇଛନ୍ତି।

ଏହି ଆଇନ ଅନୁସାରେ ପେ କମିସନ ରିପୋର୍ଟ ମଧ୍ୟ କେବେଠୁ ଲାଗୁ ହେବ ତାହା ସରକାରଙ୍କ ହାତରେ ରହିବ। ଏହାଦ୍ବାରା ପେନ୍‌ସନର୍ସଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବ। ଏନେଇ ଗତ ୨୯ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏହି ଆକ୍ଟ ପେନସନର୍ସଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ ବୋଲି କହିଥିଲେ। ଏକ ଲିଖିତ ସ୍ପଷ୍ଟୀକରଣ ଦେବାକୁ କହିଥିଲେ। କିନ୍ତୁ ସରକାର ଏବେ ଯାଏ କୌଣସି ସ୍ପଷ୍ଟୀକରଣ ଦେଲେ ନାହିଁ। ତେଣୁ ସ୍ପଷ୍ଟୀକରଣ ପାଇଁ ଆଜି ଏହି ଆନ୍ଦୋଳନ କରାଯାଇଥିବା ସଂଘ ପକ୍ଷରୁ ଆବାହକ ବୃହସ୍ପତି ସାମଲ କହିଛନ୍ତି। ଏହି ବିକ୍ଷୋଭରେ ବିଏନ୍‌ ତ୍ରିପା‌ଠୀ, ବିଶ୍ବନାଥ ବେହେରା, ବଂଶୀଧର ନାଥ, ପ୍ରଭଞ୍ଜନ ପାଣିଗ୍ରାହୀ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe