ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ପୁଲିସ ପାଣ୍ଡରା ସ୍ଥିତ ଏକ ଘରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ତାଙ୍କ ନାଁ ଚିନ୍ମୟୀ ସ୍ବାଇଁ(୧୯)। ଘର ଭଦ୍ରକ ଜିଲ୍ଲା ବଅନ୍ତ ଥାନା ଅଞ୍ଚଳରେ। ଏଠାରେ ପାଣ୍ଡରା ସ୍ଥିତ ଏଘ ଘରେ ଭଡ଼ାରେ ରହି କିମ୍ଭୀରିଆ ବସ୍ତି ନିକଟରେ ଥିବା ଏକ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ସୂଚନା ମୁତାବକ, ଗତ ଦେଢ଼ ବର୍ଷ ହେବ ଚିନ୍ମୟୀ ଉକ୍ତ ସଂସ୍ଥାରେ କାମ କରୁଥିଲେ। ପୁରୁଣା କର୍ମଚାରୀ ହେତୁ ତାଙ୍କ ପାଖରେ ଅଫିସ୍‌ ଚାବି ରହୁଥିଲା। ମାତ୍ର ସୋମବାର ଚିନ୍ମୟୀ ଅଫିସ ଯାଇ ନଥିଲେ। ଫଳରେ ଅନ୍ୟ କର୍ମଚାରୀମାନେ ବାହାରେ ଠିଆ ହୋଇ ରହିଥିଲେ। ତାଙ୍କୁ ଯେତେ ଫୋନ୍‌ କରିଥିଲେ ମଧ୍ୟ ସେ ଜବାବ ଦେଇ ନଥିଲେ। ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ କିଛି କର୍ମଚାରୀ ପାଣ୍ଡରାସ୍ଥିତ ଘରକୁ ଯାଇ ଚିନ୍ମୟୀଙ୍କୁ ଡାକିଥିଲେ। ହେଲେ ସେ ଜବାବ ଦେଇ ନଥିଲେ କି କବାଟ ଖୋଲି ନଥିଲେ। ଝରକାବାଟେ ଦେଖିବାରୁ ସେ ଫ୍ୟାନ୍‌ରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚିନ୍ମୟୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ଘଟଣାର ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe