ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା : ଖସିବାକୁ ଯୋଜନା କରୁଛନ୍ତି ସୁବେଦାର

Advertisment
ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା : ଖସିବାକୁ ଯୋଜନା କରୁଛନ୍ତି ସୁବେଦାର

ଭୁବନେଶ୍ୱର : ସରକାରୀ କ୍ବାର୍ଟର୍ସରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ରୁଜୁ ହେବାର ୪୮ଘଣ୍ଟା ବିତି ଗଲାଣି। କିନ୍ତୁ ଅଭିଯୁକ୍ତ ସୁବେଦାର ଦେବାଶିଷ ସ୍ବାଇଁଙ୍କ ପତ୍ତା ପାଇ ପାରିନାହିଁ ପୁଲିସ। କ୍ୟାପିଟାଲ ଥାନାରେ ମାମଲା ରୁଜୁ ହେବା ଜାଣିବା ପରେ ଦେବାଶିଷ ଫେରାର ହୋଇ ଯାଇଛନ୍ତି।

ଦେବାଶିଷଙ୍କ ଘର କଟକ ଜିଲ୍ଲାରେ ପୁଲିସ ଜାଣିବା ପରେ ସେଠାରେ ଚଢ଼ଉ କରି ଖାଲି ହାତରେ ଫେରିଛି। ଦେବାଶିଷ ଧରାପଡ଼ିବା ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦେବାଶିଷ ଆତ୍ମଗୋପନ କରି ଆଇନଗତ ବିଚାରବିମର୍ଶ ଚଳାଇଛନ୍ତି। କେମିତି ପୁଲିସ ଜାଲରୁ ଖସି ହେବ ଏବଂ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିବ ସେନେଇ ଯୋଜନା ଚଳାଇଛନ୍ତି। ଦୁଷ୍କର୍ମ ଅଭିଯୁକ୍ତ କ୍ୟାପିଟାଲ ଥାନାର ତତ୍କାଳୀନ ସବଇନ୍ସପେକ୍ଟର ରାକେଶ ସାମଲଙ୍କ ଭଳି ଏହି ଘଟଣାରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ଫେଲ୍ ମାରିବ ବୋଲି କୁହାଯାଉଛି। କ୍ୟାପିଟାଲ ଥାନା ପୁଲିସ ଭୂମିକା ସନ୍ଦେହ ପରିସରକୁ ଆସିଛି।

ସୂଚନାଯୋଗ୍ୟ, ଜଣେ ଯୁବତୀଙ୍କୁ କାମ ଦେବା ବାହାନାରେ ସପ୍ତମ ବାଟାଲିଅନର ସୁବେଦାର ଦେବାଶିଷ ସ୍ବାଇଁ ଜଣେ ଯୁବତୀଙ୍କୁ ୟୁନିଟ୍-୧ସ୍ଥିତ ସରକାରୀ କ୍ବାର୍ଟର୍ସରେ ଦୁଷ୍କର୍ମ କରିଥିବା ନେଇ ୬ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe