ପିଇଟି ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ପାରିଲେନି, ସ୍କୁଲର ୩ ମହଲା ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ

Advertisment

ଅବସ୍ଥା ସଂକଟାପନ୍ନ, ଆଇସିୟୁରେ ଭର୍ତ୍ତି, ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା, ଆଜି ସ୍କୁଲ୍ ଡିସି କାର୍ଯ୍ୟାଳୟ ଘେରାଉ

ଅବସ୍ଥା ସଂକଟାପନ୍ନ, ଆଇସିୟୁରେ ଭର୍ତ୍ତି, ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା, ଆଜି ସ୍କୁଲ୍ ଡିସି କାର୍ଯ୍ୟାଳୟ ଘେରାଉ

ପିଇଟି ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ପାରିଲେନି, ସ୍କୁଲର ୩ ମହଲା ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ

ଚନ୍ଦ୍ରଶେଖରପୁର : ବିନା କାରଣରେ ସର୍ବ ସମ୍ମୁଖରେ ପିଇଟି ଶିକ୍ଷୟିତ୍ରୀଙ୍କଠାରୁ ମାଡ଼ ଖାଇଥିବା ଜଣେ ଛାତ୍ରୀ ଆଜି ସ୍କୁଲର ୩ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ବରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପରିବାରଲୋକେ ତାଙ୍କୁ ନାଲ୍‌କୋ ଛକ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେ ବର୍ତ୍ତମାନ ଉକ୍ତ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଛି। ଏହାବ୍ୟତୀତ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବା ପରିବାରଲୋକେ କହିଛନ୍ତି। ତେବେ ଶେଷ ଖବର ଲେଖା ହେବା ବେଳକୁ ଏନେଇ ରେଳବାଇ ଥାନାରେ ଏତଲା ଦିଆଯାଇନଥିଲା। ଅପରପକ୍ଷେ ଏହି ଖବର ପ୍ରଚାରିତ ହେବା ପରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତାକାଲି (ଶନିବାର) ସ୍କୁଲ ପରିସରରେ ଥିବା ଡିସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଅଭିଭାବକ ସଂଘ ପକ୍ଷରୁ କୁହାଯାଇଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଏକାଦଶ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ରୀଜଣଙ୍କ ଆଜି ଅପରାହଣ୍‌ରେ ସ୍କୁଲ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ। ଏହି ସମୟରେ ସ୍କୁଲ୍‌ର ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ସର୍ବସମ୍ମୁଖରେ ବିନା କାରଣରେ ଗାଳି ଓ ମାଡ଼ ଖାଇବାରୁ ଛାତ୍ରୀଜଣଙ୍କ ଅପମାନରେ ସ୍କୁଲର ୩ ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଛାତ୍ରୀଜଣଙ୍କ ଏକ ସିମେଣ୍ଟ ପକ୍କା ଚଟାଣରେ ପଡ଼ିବାରୁ ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଥିଲା।

ଅଭିଭାବକଙ୍କ ସୂଚନା ଅନୁଯାୟୀ, ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଛାତ୍ରୀଜଣଙ୍କ ଏପରି ଅବସ୍ଥା ଦେଖି ପିଇଟି ଶିକ୍ଷୟିତ୍ରୀ ସ୍କୁଲ୍ ଛାଡ଼ି ପଳାଇଥିବାରୁ ସ୍କୁଲ୍ ପରିସରରେ ଉତ୍ତେଜନା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe