ବିଜ୍ଞାନ ପାଇଁ ଛତ୍ରୀଙ୍କ ଆତ୍ମହତ୍ୟା : ହାତଲେଖା ଡାଏରି ଜବତ

ବିଜ୍ଞାନ ପାଇଁ ଛତ୍ରୀଙ୍କ ଆତ୍ମହତ୍ୟା : ହାତଲେଖା ଡାଏରି ଜବତ

ଖୋର୍ଧା : ବୁଧବାର ପିଏନ୍‌ କଲେଜ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ସ୍ୱପ୍ନା ପ୍ରିୟା ବଳିୟାରସିଂହ ସ୍ଥାନୀୟ ଏକ ଘରୋଇ ଟ୍ୟୁଟରିଆଲ ଛାତ୍ରୀ ନିବାସରେ ଆତ୍ମହତ୍ୟା କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ତାଙ୍କ ହାତଲେଖା ଡାଇରିକୁ ପୁଲିସ ଜବତ କରିବା ସହ ସେଥିରୁ ଆତ୍ମହତ୍ୟାର କାରଣ ସମ୍ପର୍କରେ ସୁରାକ ପାଇଛି। ଅନିଛା ସତ୍ତ୍ୱେ ସ୍ୱପ୍ନା ପିତାମାତାଙ୍କ କଥାରେ ବିଜ୍ଞାନ ପାଠ ପଢ଼ିବାକୁ ବାଧ୍ୟ ହୋଇଥିଲେ। ମାଟ୍ରିକ୍‌ରେ ୮୦ ପ୍ରତିଶତ ମାର୍କ ରଖିଥିଲେ ବି ପଢ଼ିବା ତାଙ୍କୁ କଷ୍ଟ ହେଉଥିଲା। ଯାହା ପଢୁଥିଲେ ତାଙ୍କର ମନେ ରହୁ ନଥିଲା ବୋଲି ସେ ଡାଏରିରେ ଉଲ୍ଲେଖ କରିଛନ୍ତି। ଏପରିକି ବିଜ୍ଞାନ ପଢ଼ିି ବାପା ମାଆଙ୍କର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ଘଟଣା ତାଙ୍କୁ ଆଘାତ ଦେଉଥିଲା ବୋଲି ସ୍ୱପ୍ନା ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଜଙ୍କିଆ ଗଡ଼ସାହିର ନେତ୍ରାନନ୍ଦ ବଳିଆରସିଂହଙ୍କ ଝିଅ ସ୍ୱପ୍ନା ପିଏନ୍‌ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ଛାତ୍ରୀ ଭାବେ ନାମ ଲେଖାଇବା ସହ ଅଧିକ ଜ୍ଞାନ ଆହରଣ ପାଇଁ ସ୍ଥାନୀୟ ପି.ଏମ୍‌. ଟ୍ୟୁଟରିଆଲ ଛାତ୍ରୀ ନିବାସରେ ରହୁଥିଲେ। ତେବେ ବୁଧବାର ସେ ବେକରେ ଶାଢ଼ି ଲଗାଇ ନିଜ କୋଠରିରେ ଝୁଲୁଥିବା ଦେଖି କିଛ ସହପାଠିନୀ ହଷ୍ଟେଲ କର୍ତ୍ତୃପକ୍ଷ ଓ ପୁଲିସ୍‌କୁ ଖବର ଦେଇଥିଲେ। ଅପରପକ୍ଷେ, ଝିଅକୁ ମାରି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିିଥିଲେ। ତେବେ ସାଇଣ୍ଟିଫିକ୍‌ ଟିମ୍‌ ସହ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗୁରୁବାର ହଷ୍ଟେଲ ଯାଞ୍ଚ କରି ସ୍ୱପ୍ନାଙ୍କର ଏକ ଡାଏରି ଉଦ୍ଧାର କରିଥିଲେ। ସେଥିରେ ୬ ପୃଷ୍ଠା ସମ୍ବଳିତ ଲେଖାରେ ସେ ଆତ୍ମହତ୍ୟା ସମ୍ପର୍କରେ ଉଲ୍ଲେଖ କରିଥିବା ଜଣାଯାଇଛି। ଖୋର୍ଧା ଟାଉନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଶବକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ଘଟଣାର ଅଧିକ ତଦନ୍ତ ଚାଲୁ ରହିଥିବା ଟାଉନ ଥାନା ଅଧିକାରୀ ରଞ୍ଜିିତ କୁମାର ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷେ, ସ୍ୱପ୍ନାଙ୍କ ପରି ଜଣେ ସରଳ ନିରୀହ ଓ ଆଗଧାଡ଼ିର ଛାତ୍ରୀ ଏପରି କରିଥିବେ ବୋଲି ସହପାଠୀ, ବନ୍ଧୁ ଏବଂ ପରିବାର ସହଜରେ ଗ୍ରହଣ କରିପାରୁନାହାନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe