ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର ; ହତ୍ୟା ସନ୍ଦେହ

Advertisment
ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର ; ହତ୍ୟା ସନ୍ଦେହ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଧୀନ ନୀଳାଦ୍ରିବିହାର ଈଶାଣେଶ୍ୱର ମନ୍ଦିର ପଛପାଖ ପାହାଡ଼ରୁ ଆଜି ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ପାହାଡ଼ ଉପରେ ଥିବା ଏକ ବୁଦା ଭିତରେ ତାଙ୍କ ଶରୀର ପଡ଼ିଥିଲା। ଯୁବତୀର ମୁହଁରୁ ଫେଣ ବାହାରିଥିବାବେଳେ ଡାହାଣ କାନମୁଣ୍ଡାରୁ ରକ୍ତ ବାହାରୁଥିବା ଦେଖାଯାଇଛି। ଏହା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ପୁଲିସ୍‌ ତଦନ୍ତ କାଳରେ ଜଣାପଡ଼ିଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ କିମ୍ବା ବିଷକ୍ରିୟା କାରଣରୁ ମୃତ୍ୟୁ ହୋଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି।

ଯୁବତୀଙ୍କ ପାଖରେ ପଡ଼ିଥିବା ଏକ ଏୟାର୍‌ବ୍ୟାଗ୍‌ରୁ କିଛି ଡ୍ରେସ୍‌ ଥିବା ମିଳିଛି। ଯୁବତୀ ଜଣଙ୍କ ବିବାହିତା ହୋଇଥିବାବେଳେ ବୟସ ପ୍ରାୟ ୨୦ ବର୍ଷ ହେବ। ନିକଟରେ ଈଶାଣେଶ୍ୱର ବସ୍ତି ଥିବା ବେଳେ କେହି ମଧ୍ୟ ଯୁବତୀଙ୍କ ସମ୍ପର୍କରେ କିଛି କହିପାରି ନଥିଲେ। ମାତ୍ର ସ୍ଥାନୀୟ ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହୁଛନ୍ତି। ଏସିପି ସୀତାରାମ ଶତପଥୀ ସାଇଣ୍ଟିଫିକ୍‌ ଟିମ୍‌ ସହିତ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ନିକଟରେ ଏହି ଥାନା ଅନ୍ତର୍ଗତ ହାଉସିଂବୋଡ ର୍ ଅଞ୍ଚଳର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏକ ସପ୍ତାହ ମଧ୍ୟରେ ଏହି ଥାନା ଅଧୀନରେ ଦୁଇ ଦୁଇଟି ମୃତ ଶରୀର ସନ୍ଦେହଜନକ ଭାବରେ ମିଳିଥିବାରୁ ସାଧାରଣରେ ଏହାକୁ ନେଇ ଚର୍ଚା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe