ହାତରେ ଦେଲେ ନେଗେଟିଭ୍‌ ରିପୋର୍ଟ, ବିଏମ୍‌ସି କହୁଛି ପଜିଟିଭ୍‌

Advertisment
କନେଷ୍ଟବଳ ସଂଘ ସଭାପତିଙ୍କ ମୃତ୍ୟୁ, ପରିବାରର ୧୧ ସଦସ୍ୟ ବି ଆକ୍ରାନ୍ତ

Kashmir Observer

ଚନ୍ଦ୍ରଶେଖରପୁର : ପରୀକ୍ଷା ପରେ ସ୍ବାବ୍ ନମୁନା ଦେଇଥିବା ଯୁବକଙ୍କ ହାତରେ ଦିଆଗଲା ନେଗେଟିଭ୍‌ ରିପୋର୍ଟ। ତେଣୁ ଯୁବକ ଜଣକ ଖୁସି ହୋଇ ଯାଇଥିଲେ। କିନ୍ତୁ ରାତି ୧୦ଟାରେ କୋଭିଡ୍‌ ହସ୍ପିଟାଲକୁ ଯିବା ପାଇଁ ଫୋନ୍‌ରେ ଡାକରା ଆସିଲା। ଫଳରେ ଚିନ୍ତାରେ ପଡ଼ି ଯାଇଛନ୍ତି ଯୁବକ ଜଣକ। କରୋନା ପଜିଟିଭ୍ ବୋଲି ଫୋନ୍‌ ପାଇବା ପରେ ସେ ଓ ତାଙ୍କ ପରିବାର ଘୋର ମାନସିକ ଅବସାଦରେ ରହିଥିବା ଜଣାଇଛନ୍ତି।

ଆଜି ଏହି ଘଟଣାଟି ଘଟିଛି ମଞ୍ଚେଶ୍ବର ଅଞ୍ଚଳରେ। ଯୁବକ ଜଣକ ସହିଦନଗର ଅଞ୍ଚ‌ଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ସ୍ବାସ୍ଥ୍ୟ ସହାୟକଭାବେ କାର୍ଯ୍ୟ କରନ୍ତି। ବିଭିନ୍ନ ରୋଗୀଙ୍କ ସହ ମିଳାମିଶା କରୁଥିବାରୁ ସେ ପ୍ରତି ମାସରେ ନିଜର ସ୍ବାବ୍‌ ପରୀକ୍ଷା କରାଉଛନ୍ତି। ସେ ଗତ ଦୁଇ ଦିନ ପୂର୍ବେ ନିଜର ସ୍ବାବ୍‌ ପରୀକ୍ଷା କରାଇଥିଲେ। ତାଙ୍କୁ ‌ନେଗେଟିଭ୍ ରିପୋର୍ଟ ଦିଆଯାଇଛି। ମାତ୍ର ଆଜି ରାତି ପ୍ରାୟ ଦଶଟା ବେଳେ ତାଙ୍କ ମୋବାଇଲ୍ ଫୋନ୍‌କୁ ଏକ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ବିଏମ୍‌ସିରୁ ‌କଲ୍‌ କରୁଛନ୍ତି ବୋଲି କହିଥିଲେ ଓ ତାଙ୍କର ସ୍ବାବ୍‌ ଟେଷ୍ଟରୁ ପଜିଟିଭ୍ ‌ରିପୋର୍ଟ ମିଳିଛି ବୋଲି ଜଣାଇଥିଲେ। ଏଥିସହିତ ଆସନ୍ତାକାଲି ତାଙ୍କ ଠିକଣାରେ ଆମ୍ବୁଲାନସ୍ ପହଞ୍ଚିବ ଓ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍ ଆସିବାକୁ ପଡ଼ିବ ବୋଲି କହିଥିଲେ। କିନ୍ତୁ ଯୁବକ ଜଣକ ତାଙ୍କୁ ନେଗେଟିଭ୍ ରିପୋର୍ଟ ଦିଆଯାଇଛି ବୋଲି କହିଥିଲେ ମଧ୍ୟ ଫୋନ୍ କରିଥିବା ବ୍ୟକ୍ତି ଜଣକ ତାଙ୍କ ନିକଟରେ ପଜିଟିଭ୍ ରିପୋର୍ଟ ପହଞ୍ଚିଛି ବୋଲି କହିଥିଲେ। ତେଣୁ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ଆସିବାକୁ ପଡ଼ିବ ବୋଲି କହିଥିଲେ। ତେଣୁ କେଉଁ ରିପୋର୍ଟ ଠିକ୍ ତାହାକୁ ନେଇ ଏବେ ଯୁବକ ଦ୍ବନ୍ଦ୍ବରେ ପଡ଼ିଛନ୍ତି ବୋଲି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe