୬୫୦ ସ୍ୱଳ୍ପ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ

୬୫୦ ସ୍ୱଳ୍ପ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ

ଭୁବନେଶ୍ୱର: ସ୍ୱଳ୍ପ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଓ ଅନ୍ୟ ସମସ୍ତ କାର୍ଯ୍ୟ ସହଜ କରିବା ପାଇଁ ସର୍ବଶିକ୍ଷା ଅଭିଯାନ, ଖୋର୍ଧା ଆନୁକୁଲ୍ୟରେ ରୋଟାରି ଚକ୍ଷୁ ଚିକିତ୍ସାଳୟ ଓ ‘ସାଇଟ୍‌ ସେଭର’ ସଂସ୍ଥାର ସହଯୋଗରେ ଚଷମା ବଣ୍ଟନ କରାଯାଇଛି। ଆଜି ନୂଆପଲ୍ଲୀସ୍ଥିତ ସୟଦ୍‌ ମମତାଜ୍‌ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଆବଶ୍ୟକ କରୁଥିବା ୬୫୦ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଦିଆଯାଇଥିଲା। ଏହା ବାଦ୍‌ ୨୦ ଜଣ ସ୍ୱଳ୍ପ ଦୃଷ୍ଟିବାଧିତ ପିଲାଙ୍କୁ ମିନି କମ୍ପ୍ୟୁଟର ଓ ଡିଜି ପ୍ଲେୟାର, ୩୯ ଜଣ ସ୍ୱଳ୍ପ ଦୃଷ୍ଟିବାଧିତ ପିଲାଙ୍କୁ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ସର୍ବଶିକ୍ଷା ଅଭିଯାନ ଖୋର୍ଧା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକ, ଖୋର୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ, ଶେତ୍ୱଚନ୍ଦ୍ର ବିଶ୍ୱାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସସ୍ମିତା ମାଳି, ଭୁବନେଶ୍ୱର ୟୁ.ଆର.ସି.ସି. ବିଦ୍ୟାଧର ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର, ସାଇଟ ସେଭର ସଂସ୍ଥାର ରାଜ୍ୟ ପ୍ରକଳ୍ପ ସଂଯୋଜିକା ଆକବର ମେହେଫୁଜ ଆଲମ୍‌, ଜେପିଏମ୍‌ ରୋଟାରି ଚକ୍ଷୁ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଆଲୋକ କୁମାର ସାହୁ, ପ୍ରକଳ୍ପ ଅଧିକାରୀ ମେଘଜ୍ୟୋତି ପାତ୍ର, ସ୍ଥାନୀୟ କର୍ପୋରେଟର ନବକିଶୋର ବେହେରା ଓ ନିଖିଲ ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ମଧୁସ୍ମିତା ଦାସ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe