‘ଈଶ୍ୱର ହେଉଛନ୍ତି ଆଶା, ସେ ତର୍କର ପ୍ରସଙ୍ଗ ନୁହନ୍ତି’

Advertisment

ଈଶ୍ୱର ଆଶା, ସେ ତର୍କର ପ୍ରସଙ୍ଗ ନୁହନ୍ତି। ଈଶ୍ୱର ପ୍ରତ୍ୟେକ ମଣିଷ ଭିତରେ ଥାଆନ୍ତି। ତେଣୁ ଈଶ୍ୱରଙ୍କ କୃପାରୁ ସମସ୍ତଙ୍କ ଜୀବନରେ ଆଲୌକିକ ଘଟଣା ଘଟିଥାଏ। ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଲେଖକ...

ଈଶ୍ୱର ଆଶା, ସେ ତର୍କର ପ୍ରସଙ୍ଗ ନୁହନ୍ତି। ଈଶ୍ୱର ପ୍ରତ୍ୟେକ ମଣିଷ ଭିତରେ ଥାଆନ୍ତି। ତେଣୁ ଈଶ୍ୱରଙ୍କ କୃପାରୁ ସମସ୍ତଙ୍କ ଜୀବନରେ ଆଲୌକିକ ଘଟଣା ଘଟିଥାଏ। ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଲେଖକ...

ssfssfsf

ଭୁବନେଶ୍ୱର: ଈଶ୍ୱର ଆଶା, ସେ ତର୍କର ପ୍ରସଙ୍ଗ ନୁହନ୍ତି। ଈଶ୍ୱର ପ୍ରତ୍ୟେକ ମଣିଷ ଭିତରେ ଥାଆନ୍ତି। ତେଣୁ ଈଶ୍ୱରଙ୍କ କୃପାରୁ ସମସ୍ତଙ୍କ ଜୀବନରେ ଆଲୌକିକ ଘଟଣା ଘଟିଥାଏ। ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଲେଖକ ଜୀବନ କୃଷ୍ଣ ମହାପାତ୍ରଙ୍କ ମହାପାତ୍ରଙ୍କ ଦୁଇଟି ଗଳ୍ପ ସଙ୍କଳନ ‘ଅପ୍ରମେୟ ଠାକୁର’ ଓ ‘କୋକିଶିଆଳିର ଘର’ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ଏହା ବିଶିଷ୍ଟ କଥାକାର ଗୌରହରି ଦାସ। ଏଥିସହିତ ଲେଖକ ଶ୍ରୀ ମହାପାତ୍ରଙ୍କ ପୁସ୍ତକରେ ସମ୍ପର୍କ, ସମୟ, ଆଶା ଓ ଭକ୍ତିର ଅପୂର୍ବ ସଙ୍ଗମ ରହିଛି ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କଥାକାର ସରୋଜିନୀ ସାହୁ ଯୋଗଦେଇ ନିୟତି ଠାରୁ ବଡ଼ ଖେଳ କିଛିନାହିଁ ବୋଲି କହିଥିଲେ। ଏଥିସହିତ ସେ ଲେଖକଙ୍କ ପୁସ୍ତକର ବିସ୍ତୁତ ଆଲୋଚନା କରିଥିଲେ।  ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କଥାକାର ସଦାନନ୍ଦ ତ୍ରିପାଠୀ ଯୋଗଦେଇ ଲେଖକମାନଙ୍କ ଲେଖାରେ ଥିବା ତ୍ରୁଟିକୁ କେହି  ଦର୍ଶାଇଲେ ସେମାନେ ତାହାକୁ ଆନନ୍ଦର ସହ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ। ସଭାରେ ଲେଖକ ଜୀବନ କୃଷ୍ଣ ମହାପାତ୍ର ତାଙ୍କ ଲେଖାର ଶ୍ରେୟ ମା’ ବୈଷ୍ଣୋଦେବୀଙ୍କୁ ଦେଇଥିଲେ। ତାଙ୍କର ପ୍ରତ୍ୟେକ ଲେଖାରେ ମା’ ସହାୟତା କରନ୍ତି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ପେନ୍‌ ଇନ୍‌ ବୁକ୍ସର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ ଦେଇଥିଲେ କବି ପବିତ୍ର ମୋହନ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe