କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା’ ଜାଗୁଳାଇ

କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା’ ଜାଗୁଳାଇ

ଜଟଣୀ: କୁଦିଆରୀ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତି ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଆଜି ଷଷ୍ଠୀ ତିଥିର ସନ୍ଧ୍ୟାରେ ମା’ ଜାଗୁଳାଇ କାତ୍ୟାୟନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟାରେ ମହାସ୍ନାନ କରାଯାଇ ଚିତ୍ରକର ବିଜୟ କୁମାର ପଣ୍ଡା ଦ୍ୱାରା ମା’ ଙ୍କୁ ବେଶ କରାଯାଇଥିଲା। ଷୋଡ଼ଶ ଉପଚାର ପୂଜା ପରେ ସପ୍ତସତୀ ଚଣ୍ଡୀପାଠ ଓ ଯଜ୍ଞ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଆସନ୍ତାକାଲି ମା’ କାଳରାତ୍ରି ବେଶରେ ଦର୍ଶନ ଦେବେ ବୋଲି ନିତ୍ୟ ସେବକ ମନୋରଞ୍ଜନ ପଣ୍ଡା ଜଣାଇଛନ୍ତି।

ଆଜି ଜଟଣୀ ନଗରପାଳ ଅନନ୍ତ ବେହେରା, ସଭାପତି ରାଧାମୋହନ ପଟ୍ଟନାୟକଙ୍କ, କୋଷାଧ୍ୟକ୍ଷ ଅଶୋକ ଦାସ, ସହ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ସରୋଜ ପାଇକରାୟ, ପୂର୍ଣ୍ଣଚନ୍ଦ୍ର ସାହାଣୀ, କୃତିବାସ ପୃଷ୍ଟି, ଦିପୁ ପାଲ୍‌ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଏଲ.ଡି ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe