ବନଦୁର୍ଗା ବେଶରେ ପୂଜା ପାଇବେ ମା’

Advertisment

ସତ୍ୟନଗର ଦୁର୍ଗାପୂଜା ସମିତି

ସତ୍ୟନଗର ଦୁର୍ଗାପୂଜା ସମିତି

ବନଦୁର୍ଗା ବେଶରେ ପୂଜା ପାଇବେ ମା’

ଭୁବନେଶ୍ୱର: ସତ୍ୟନଗର ଦୁର୍ଗାପୂଜା ସମିତିର ଦୁର୍ଗାପୂଜା ଚଳିତବର୍ଷ ୪୪ବର୍ଷରେ ପଦାର୍ପଣ କରୁଛି। ଚଳିତ ବର୍ଷ ଏହି ମଣ୍ଡପରେ ମା’ଙ୍କୁ ବନଦୁର୍ଗା ବେଶରେ ପୂଜା କରାଯିବ। ତେବେ ସବୁବେଳେ ନିଆରା ତୋରଣ ପାଇଁ ପ୍ରସିଦ୍ଧ ଏହି ମଣ୍ଡପରେ ଏଥର ଦର୍ଶକଙ୍କୁ ଆକର୍ଷଣ କରିବ ମନଲୋଭା ଲଭ୍‌ ଅଫ୍‌ ମାଉଣ୍ଟେନ୍‌। ଚଳିତ ବର୍ଷ ମା’ଙ୍କ ବନଦୁର୍ଗା ବେଶ ସହ ରୁପା ମୁକୁଟ ଓ ଅନ୍ୟାନ୍ୟ ରୁପା ଅଳଙ୍କାର ଏହି ପୂଜାର ଅନ୍ୟତମ ଆକର୍ଷଣ।

ସେହିଭଳି ପାର୍ଶ୍ବ ଦେବଦେବୀମାନଙ୍କୁ ମଧ୍ୟ ରୁପା ଅଳଙ୍କାରରେ ଭୂଷିତ କରାଯିବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାପାଠ କରାଯିବ। ପ୍ରତିଦିନ ସଂଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ତେବେ ସ୍ବତନ୍ତ୍ର ଭାବେ ସପ୍ତମୀ ଦିନ ମା’ଙ୍କ ପାଖରେ ଦହି ବୁନ୍ଦି ଭୋଗ ଲାଗି ହେବ। ଅଷ୍ଟମୀ ଦିନ ହାଲୁଆ, ନବମୀରେ ଓରିଆ ଓ ଦଶହରା ଦିନ ରସଗୋଲା ଭୋଗ ଲାଗି ହେବ। ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।

ଭୋଗଲାଗି ପରମ୍ପରା ନିଆରା

publive-image

ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ମା’ଙ୍କ ପୂଜା ନି଼ରାଡ଼ମ୍ବର‌ରେ ହୋଇଥିଲା। କିନ୍ତୁ ଭୋଗଲାଗି ବ୍ୟବସ୍ଥାରେ ଆମ ପ୍ରଥାରେ କିଛି ପରିବର୍ତ୍ତନ ହୋଇନଥିଲା। ତେଣୁ ଏବର୍ଷ ମଧ୍ୟ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଭୋଗଲାଗି କରାଯିବ।
ମନେନ୍ଦ୍ର ଦାସ, ସଂପାଦକ

ପୂଜାରେ ପାଲା ହେବ ଆକର୍ଷଣ

publive-image

ଆମ ପୂଜାରେ ସବୁବେଳେ ଓଡ଼ିଆ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ଏଥର ମଧ୍ୟ ସେହି ଧାରା ବଜାୟ ରହିଛି। ସହରୀ ସଂସ୍କୃତିରେ ପାଲା ଦେଖିବାକୁ ମିଳୁନଥିବା ବେଳେ ଆମେ ଚଳିତ ବର୍ଷ ୨ ଦିନ ପାଲା ପରିବେଷଣ ପାଇଁ ଆୟୋଜନ କରିଛୁ।
ରବିନାରାୟଣ ନାୟକ, ସଭାପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe