ଭୋଜିକୁ ଯିବା ବେଳେ ଝାମ୍ପିନେଲେ ହାର

Advertisment
ସମ୍ବଲପୁର ସହରରେ ଚେନ୍‌ ଲୁଟେରା ଆତଙ୍କ: ୨ ଘଣ୍ଟାରେ ୩ ମହିଳାଙ୍କ ବେକରୁ ଝାମ୍ପି ନେଲେ

Navbharat Times

ଭୁବନେଶ୍ବର : ଭୋଜି ପାଇଁ ଯାଉଥିବା ବେଳେ ଅଧା ବାଟରୁ ଲୁଟେରା ମହିଳାଙ୍କ ସୁନାହାର ଝାମ୍ପିନେଲେ। ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ପ୍ରାଚୀବିହାର ଅଞ୍ଚଳରେ। ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ଜଣେ ମହିଳା ସ୍ବାମୀଙ୍କ ସହ ବିବାହ ଭୋଜିକୁ ଯାଉଥିବା ବେଳେ ଦୁଇ ଲୁଟେରା ତାଙ୍କୁ ପିଛା କରିଥିଲେ। କିଛିବାଟ ପରେ ସୁଯୋଗ ପାଇ ଲୁଟେରା ଦ୍ବୟ ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଇ ଆଖି ପିଛୁଳାକେ ଫେରାର୍‌ ହୋଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe