ବାଲିପାଟଣା : ଠିକଣା ପଚାରିବା ବାହାନାରେ ଲୁଟ୍‌, ଝାମ୍ପିନେଲେ ସୁନାଚେନ୍‌

Advertisment
ସୁନାଚେନ୍ ଝାମ୍ପି ନେଲା ଦୁର୍ବୃତ୍ତ

manatelangana.news

ବାଲିପାଟଣା : ଲକ୍‌ଡାଉନ୍‌କୁ ସୁନିଶ୍ଚିତ କରାଇବା ପାଇଁ ପୁଲିସ୍‌ ତରଫରୁ କଡ଼ା ପ୍ରହରା ଚାଲିଛି। ଲୋକେ ପୁଲିସ ଭୟରେ ଘରୁ ପଦାକୁ ବାହାରୁନାହାନ୍ତି। କିନ୍ତୁ ଲୁଟେରା ପୁଲିସକୁ ଚ୍ୟାଲେଞ୍ଜ ଦେଇ ବାଲିପାଟଣା ଅଞ୍ଚଳରେ ଲୁଟ୍‌ କରି ଚାଲିଛନ୍ତି। ଆଜି ସକାଳେ ବାଲିପାଟଣା ଥାନା ପଦ୍ମପୁର ଗ୍ରାମର ନିରୁପମା ମହାପାତ୍ରଙ୍କଠାରୁ ଠିକଣା ବୁଝିବା ବାହାନା କରି ତାଙ୍କ ବେକରୁ ଅଢ଼େଇ ଭରି ଓଜନର ସୁନାଚେନ୍‌ ଛିଣ୍ତାଇ ନେଇ ଯାଇଛନ୍ତି। ଏନେଇ ନିରୁପମା ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ଭିତରେ ବାଲିପାଟଣା ଅଞ୍ଚଳରେ ଲୁଟ୍‌ ବଢ଼ି ଚାଲିଛି। ୪ଜଣ ଚାଷୀଙ୍କର ୭୧ଟି ମେଣ୍ଢା ଚୋରି ହୋଇଯାଇଛି। ବନମାଳୀପୁର ଅଞ୍ଚଳରୁ ଅନ୍ୟ ଜଣେ ମହିଳାଙ୍କ ଚେନ ଲୁଟ୍‌ ହେବା ସହ ଏକ କୁକୁଡ଼ା ଫାର୍ମରୁ ଇନ୍‌ଭର୍ଟର ସହ ହଜାର ହଜାର ଟଙ୍କାର ସାମଗ୍ରୀ ଓ ୬୦ରୁ ଉର୍ଦ୍ଧ୍ବ ଆଜବେଷ୍ଟସ୍‌ ଚୋରି ହୋଇଛି। ପୁଲିସ ସମସ୍ତ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଚୁପ୍ ବସିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe