Times of India
ଭୁବନେଶ୍ୱର : ଗୁରୁବାର ରାତିରେ ଝାରପଡ଼ା ଜେଲ୍ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଛିନ୍ତାଇର ଶିକାର ହୋଇଛନ୍ତି ଫଟୋ ସାମ୍ବାଦିକ ପୀୟୂଷ ମହାନ୍ତିଙ୍କ ପତ୍ନୀ ତଥା ଜଣାଶୁଣା ଆଥଲେଟ୍ ପଦ୍ମିନୀ ବରାଳ। ଚେନ୍ର ଓଜନ ୧୦ ଗ୍ରାମ୍ ହେବ ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଆଜି ସନ୍ଧ୍ୟାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ। ତେବେ ତାଙ୍କ କାନରେ ଏକ କାନଫୁଲ ନ ଥିବା ସେ ଦେଖିଥିଲେ। ସେ ପଛକୁ ଫେରି ଝାରପଡ଼ା ଜେଲ୍ ନିକଟରେ ଖୋଜାଖୋଜି କରୁଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ମୋବାଇଲ ଟର୍ଚ୍ଚ ଜଳାଇ ରାସ୍ତାରେ ଖୋଜୁଥିବା ବେଳେ ତିନିଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ।
Follow Us