ଭୁବନେଶ୍ବର: ପ୍ରାତଃଭ୍ରମଣରେ ଆସିଥିବା ଜଣେ ମହିଳାଙ୍କ ବେକରେ କଟୁରି ଲଗାଇ ସୁନା ଚେନ୍ ଲୁଟ୍ ଘଟଣା ଲକ୍ଷ୍ମୀସାଗର ଥାନ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଲକ୍ଷ୍ମୀସାଗର ଥାନରେ ପୀଡ଼ିତା ଅଭିଯୋଗ କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମନୋରମା ସାହୁ ନାମକ ଜଣେ ମହିଳା ପ୍ରାତଃ ଭ୍ରମଣରେ ଆସିଥିଲେ। ସେ ପରେ ନିକଟସ୍ଥ ହାଟରୁ ପରିବା କିଣି ଘରକୁ ଫେରୁଥିଲେ। ମହିଳାଜଣକ ଝାରପଡ଼ା ଜେଲ୍ ପାଖ ଦେଇ ଯାଉଥିବା ବେଳେ ୩ଜଣ ଲୁଟେରା ଏକ ବାଇକରେ ଆସି ତାଙ୍କ ବେକରେ କଟୁରି ଲଗାଇ ପିନ୍ଧିଥିବା ସୁନା ଚେନ୍ ଲୁଟିଲେ। ଏହାପରେ ମହିଳାଜଣକ ତଳେ ପଡ଼ିଯାଇଥିଲେ। ମହିଳାଙ୍କ ଚିତ୍କାର ଶୁଣି କିଛି ଲୋକ ସେଠାରେ ରୁଣ୍ଡ ହୋଇଥିଲେ ଏବଂ ସେମାନେ ମହିଳାଙ୍କୁ ଉଠାଇଥିଲେ। ତାପରେ ମନୋରମା ସାହୁ ଲକ୍ଷ୍ମୀସାଗର ଥାନରେ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ପ୍ରାତଃଭ୍ରମଣରେ ଆସିଥିବା ମହିଳାଙ୍କ ବେକରେ କଟୁରି ଲଗାଇ ସୁନା ଚେନ୍ ଲୁଟିନେଲେ ଲୁଟେରା, ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ
Advertisment
Follow Us