କଳା ପଲ୍‌ସର୍‌ ଲୁଟେରା ଗ୍ୟାଙ୍ଗ ସକ୍ରିୟ, ମହିଳାଙ୍କଠାରୁ ସୁନା ଲୁଟ୍

Advertisment
ସ୍ମାର୍ଟ ସିଟିରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା: ଟ୍ରେନ୍‌ରେ ଆସି ଲୁଟୁଛନ୍ତି, ପୁଣି ଟ୍ରେନ୍‌ରେ ଫେରାର୍‌

Times of India

ବାରଙ୍ଗ : ରାଜଧାନୀ ଉପକଣ୍ଠରେ କଳା ପଲ୍‌ସର୍‌ ଲୁ‌ଟେରା ଗ୍ୟାଙ୍ଗ୍ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ରଘୁନାଥପୁର ଗ୍ରାମ ନିକଟ ବୁଢ଼ାନାଳ ବ୍ରିଜ୍ ପାଖରୁ ପ୍ରାତଃଭ୍ରମଣରେ ଆସିଥିବା ଜଣେ ମହିଳାଙ୍କଠାରୁ ଏକ ସୁନା ଚେନ୍ ଓ ସୁନା ବ୍ରେସଲେଟ ଲୁଟି ନେଇଛନ୍ତି। ନନ୍ଦନକାନନ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଇନ୍‌ଫୋସିଟି ଥାନା ତପସ୍ବିନୀ ଇନକ୍ଲାଭରେ ରହୁଥିବା ଶ୍ରାବଣୀ ପଟ୍ଟନାୟକ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରାତଃଭ୍ରମଣରେ ଆସିଥିଲେ। ବୁଢ଼ାନାଳ ବ୍ରିଜ୍ ନିକଟରେ ହଠାତ୍ ତିନି ଜଣ ଯୁବକ ଏକ କଳା ରଙ୍ଗର ପଲ୍‌ସର୍‌ରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବା ସହିତ ଏକ ସୁନା ଚେନ୍ ଓ ଏକ ସୁନା ବ୍ରେସଲେଟ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ। ନନ୍ଦନକାନନ ଥାନା ପୁଲିସ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe