ମହିଳାଙ୍କ ବେକରୁ ଝାମ୍ପିନେଲେ ୨ଭରିର ହାର

Advertisment
ମହିଳାଙ୍କ ସୁନାଚେନ୍ ଝାମ୍ପିନେଲେ

Free Press Journal

ଭୁବନେଶ୍ବର : ଦିନ ଦି’ପହରେ ମହିଳାଙ୍କ ବେକରୁ ୨ଭରି ଓଜନର ସୁନାହାର ଝାମ୍ପିନେଲେ। ଏଭଳି ଘଟଣା ଘଟିଛି ସହିଦନଗର ଥାନା ପାଣ୍ଡରା ଛକ ଅଞ୍ଚଳରେ। ଏନେଇ କଳ୍ପନା ପରିଜା ନାମକ ଜଣେ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାର ରଖିଛି। ସୂଚନା ମୁତାବକ, ଆଜି ଦିନ ପ୍ରାୟ ‌ସାଢ଼େ ୧୦ଟାରେ କଳ୍ପନା ଛକରୁ ଭାଇ ସହ ଲକ୍ଷ୍ମୀସାଗର ତଳସାହିସ୍ଥିତ ଘରକୁ ଫେରୁଥିଲେ। ସେ ପାଣ୍ଡରା ଛକ ନିକଟରେ ଯାଉଥିବା ବେଳେ ନୀଳ ରଙ୍ଗର ଏକ ପଲସର୍‌-୨୨୦ରେ ପିଛା କରୁଥିବା ଦୁଇ ଯୁବକ ଅଚାନକ ତାଙ୍କ ନିକଟକୁ ଆସି ହାର ଝାମ୍ପି ନେଇ ଆଖିପିଛୁଳାକେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe