ସୁନାଚେନ୍ ଲୁଟ୍‌ ବେଳେ ମୁଣ୍ଡ ଫାଟି ମହିଳା ଗୁରୁତର

Advertisment
ରାଜଧାନୀରେ ମାତିଛନ୍ତି ଅପରାଧୀ; ହାଣୁଛନ୍ତି, ଲୁଟୁଛନ୍ତି

Times of India

ଭୁବନେଶ୍ବର : ଶନିବାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀଙ୍କ ବେକରୁ ଲୁଟେରା ଚେନ୍ ଝାମ୍ପିବା ପରେ ରବିବାର ତା’ର କେଇ ମିଟର ପଛକୁ ଆଉ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇବା ସମୟରେ ସେ ଭାରସାମ୍ୟ ହରାଇ ତଳେ ପଡ଼ିବା ଯୋଗୁଁ ତାଙ୍କ ମୁଣ୍ଡ ଫାଟିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁଯାୟୀ, କପିଳପ୍ରସାଦ କୈବର୍ତ୍ତ୍ୟ ସାହିର ମିତାରାଣୀ ବେହେରା ରବିବାର ଦିନ ପ୍ରାୟ ୧୧ଟାରେ ସ୍ବାମୀଙ୍କ ସହ ସ୍କୁଟିରେ ତାରିଣୀ ମନ୍ଦିର ଯାଉଥିଲେ। କଂଗ୍ରେସ ଭବନ ଅତିକ୍ରମ କରୁଥିବା ସମୟରେ ୨ଜଣ ଲୁଟେରା ପଛ ପାର୍ଶ୍ବରୁ ଆସି ତାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଇଥିଲେ। ସେ ଭାରସାମ୍ୟ ହରାଇ ତଳେ ପଡ଼ିବା ଯୋଗୁଁ ଗୁରୁତର ହୋଇଥିଲେ। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe