ବାଲିପାଟଣା (ବସନ୍ତ ଦାଶ): କାର୍ତ୍ତିକ ପୂର୍ଣମୀ ଅବସରରେ ଆଜି ସକାଳ ଠାରୁ ଗାଁ ଗହଳି ଓ ବିଭିନ୍ନ ମଠ-ମନ୍ଦିରେ ଉତ୍ସବ ମୁଖର ହୋଇଛି। ସକାଳୁ ଶ୍ରଦ୍ଧାଳୁମାନେ ଡ଼ଙ୍ଗା ଭସାଇ ଦେବାଳୟ ବୁଲି ପୂଜାର୍ଚ୍ଚନା କରିଛନ୍ତି। ବିଡ଼ମ୍ବନା ବିଷୟ ଏହାକୁ ସୁଯୋଗ କରି ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ନିକଟ ବନମାଳୀପୁର ଦିୱାନ ପାଟଣା ମହାରଣାସାହିସ୍ଥିତ ଷଡ଼ଙ୍ଗୀ ମଠରୁ ରାଧା ମୋହନ ଏବଂ ଜଗନ୍ନାଥଙ୍କ ମୂର୍ତ୍ତିରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏହାଦ୍ୱାରା ପଞ୍ଚୁକ ରାସ ଓ ନୀତିକାନ୍ତି ବିଭ୍ରାଟ ହୋଇଛି। ଏନେଇ ମଠରେ ଦେଶ ବୈଠକ ଅନୁଷ୍ଠିତ ହୋଇଛି ଏବଂ ବନମାଳୀପୁର ଫାଣ୍ଡିରେ ଅଭିଯୋଗ କରିବା ପାଇଁ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଠାକୁରଙ୍କର ଅଳଙ୍କାର ଚୋରି
ଷଡ଼ଙ୍ଗୀ ମଠରେ ପଞ୍ଚୁକ ଉତ୍ସବ ଚାଲିଥିଲା। ଆଜି ଶେଷ ଦିନ ଥିଲା। ସେଥିପାଇଁ ସକାଳୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମଠକୁ ଯାଇ କୁଞ୍ଜ ବିହାରୀଙ୍କୁ ଦର୍ଶନ କରିଥିଲେ। ମଧ୍ୟାହ୍ନ ସମୟରେ କେହି ଦୁର୍ବୃତ୍ତ ରାଧାମୋହନ ଦେବଙ୍କ ସୁନା ନାକ ଚଣା ଏବଂ ଜଗନ୍ନାଥଙ୍କ ଦାରୁ ବିଗ୍ରରୁ ୮ ଗୋଟି ସୁନା ପଦକରେ ନିର୍ମିତ କଣ୍ଟିମାଳ ଚୋରି କରିଥିବା ଜଣାପଡିଛି। ମଠକୁ ପୂଜାର୍ଚ୍ଚନା କରିବାକୁ ଆସି କେହି ଦୁର୍ବୃତ୍ତ ପୂଜକଙ୍କ ଅନୁପସ୍ଥିତର ସୁଯୋଗରେ ସୁନା ଅଳଙ୍କାର ଲୁଟି ନେଇଛନ୍ତି।
ଅଧିକ ପଢ଼ନ୍ତୁ: Weather In G Udayagiri: ଜି. ଉଦୟଗିରିରେ ‘ଶୀତ’ର ପହିଲି ସ୍ପର୍ଶ; ତାପମାତ୍ରା ୧୨.୪ଡିଗ୍ରି ରେକର୍ଡ
ଥାନାରେ ଅଭିଯୋଗ କରିବେ ଗ୍ରାମବାସୀ
ଗ୍ରାମର ରାମଚନ୍ଦ୍ର ବେହେରା କିଛି ସମୟ ପରେ ଆସି ଦେଖିଥିଲେ ଠାକୁରଙ୍କ ମୂର୍ତ୍ତିରେ ସୁନା ଅଳଙ୍କାର ଗୁଡ଼ିକ ନାହିଁ। ଘଟଣା ପ୍ରଚାର ହେବା ପରେ ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ପବିତ୍ର ଦିନରେ ପ୍ରଭୁଙ୍କୁ ଦର୍ଶନ କରିବା ଆଳରେ ଆସି ପୂଜକଙ୍କ ବିନା ଅନୁମତିରେ ସ୍ପର୍ଶ କରି ଅଳଙ୍କାର ଲୁଟିବାକୁ ଗ୍ରାମବାସୀ ସହଜରେ ହଜମ କରି ପାରି ନାହାନ୍ତି। ଏନେଇ ରାତିରେ ମଠପ୍ରାଙ୍ଗଣରେ ଗ୍ରାମବାସୀ ଏବଂ ସ୍ଥାନୀୟ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ବୈଠକ ବସିଥିଲା। ବୈଠକରେ ଚୋରି ଘଟଣାକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଅଧିକ ପଢ଼ନ୍ତୁ: Champions Team, PM Modi: ବିଶ୍ବ ବିଜୟିନୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ... ମନଖୋଲା କଥା ହେଲେ, ବିଶ୍ବକପ୍ ସହ ଫଟୋ ଉଠାଇଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/05/balipatna1-2025-11-05-22-52-19.jpg)