Times of India
ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ରାହାଡ଼ମୁଣ୍ଡା ଗ୍ରାମର ତ୍ରୈଲୋକ୍ୟ ନାୟକଙ୍କ ଘରୁ ଗତ ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ ଅଳଙ୍କାର ମଧ୍ୟରେ ଦୁଇଟି ସୁନାହାର, ଦୁଇଟି ସୁନା ଚେନ୍, ୪ଟି ସୁନା ମୁଦି, ଦୁଇପଟ ଚୁଡ଼ି, ୨ପଟ ଶଙ୍ଖା ରହିଛି। ଏ ସଂପର୍କରେ ତ୍ରୈଲୋକ୍ୟ ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ପାଇ ପାରିନାହାନ୍ତି। ସୂଚନାନୁଯାୟୀ, ଘରେ ବିଦ୍ୟୁତ୍ ନଥିବାରୁ ତ୍ରୈଲୋକ୍ୟ ସପରିବାରେ ଛାତ ଉପରେ ଶୋଇଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶିଥିଲେ।
Follow Us