ସାର୍ଟ କଲର୍‌ରେ ୫ଲକ୍ଷ ଟଙ୍କାର ସୁନା

Advertisment

ବିମାନବନ୍ଦରରେ ଉତ୍ତରପ୍ରଦେଶ ଯାତ୍ରୀଙ୍କ ଠାରୁ ଜବତ

ବିମାନବନ୍ଦରରେ ଉତ୍ତରପ୍ରଦେଶ ଯାତ୍ରୀଙ୍କ ଠାରୁ ଜବତ

ସାର୍ଟ କଲର୍‌ରେ ୫ଲକ୍ଷ ଟଙ୍କାର ସୁନା

ଭୁବନେଶ୍ବର : ବେଶ୍‌ କିଛି ଦିନର ବ୍ୟବଧାନ ପରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣିଥରେ ସୁନା ଜବତ ହୋଇଛି। ବିମାନବନ୍ଦରରେ ଥିବା ସୀମାଶୁଳ୍କ ବିଭାଗର ଗୁଇନ୍ଦା ୟୁନିଟ୍‌ ଗତ ରାତିରେ ଉତ୍ତରପ୍ରଦେଶର ଦିଲ୍ଲୀପ ସିଂହଙ୍କଠାରୁ ପାଖାପାଖି ୧୫୦ ଗ୍ରାମ୍‌ର ସୁନା ଜବତ କରିଛି। ଏହାର ବଜାର ମୂଲ୍ୟ ୫ ଲକ୍ଷ ୩୩ ହଜାର ୩୫୧ ଟଙ୍କା ହେବ ବୋଲି ଜଣାଯାଇଛି। ଜବତ ସୁନାର ମୂଲ୍ୟ ୨୦ଲକ୍ଷରୁ ଊର୍ଦ୍ଧ୍ବ ହୋଇନଥିବାରୁ ତାଙ୍କୁ କୋର୍ଟଚାଲାଣ କରାଯାଇନାହିଁ କିମ୍ବା ତାଙ୍କଠାରୁ ଜରିମାନା ଆଦାୟ କରାଯାଇନାହିଁ। ତାଙ୍କୁ ନୋଟିସ୍‌ କରାଯିବ। ସୀମାଶୁଳ୍କ ଆୟୁକ୍ତଙ୍କ ନିକଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ସେ ଉତ୍ତର ରଖିବେ।

publive-image

ସୂଚନା ଅନୁଯାୟୀ, ଏୟାର ଏସିଆ ଫ୍ଲାଇଟ୍‌(ଏଫ୍‌ଡି-୧୧୨)ଯୋଗେ ଦିଲ୍ଲୀପ ଗତ ରାତିରେ ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଆସିଥିଲେ। ସେ ସୁନାକୁ ଚେନ୍‌ ଆକାରରେ ସାର୍ଟ କଲରରେ ପୂରାଇ ଆଣିଥିଲେ। ତେବେ ପୂର୍ବ ସୂଚନା ପାଇ ସେଠାରେ ପ୍ରସ୍ତୁତ ଥିବା ସୀମାଶୁଳ୍କ ବିଭାଗର ଗୁଇନ୍ଦା ୟୁନିଟ୍‌ ତାଙ୍କୁ କାବୁ କରିନେଇଥିଲା।

ସୂଚନାଯୋଗ୍ୟ, ଏହି ଘଟଣାକୁ ମିଶାଇ ଗତ ୪ମାସ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୪ ଲକ୍ଷ ୫୩ ହଜାର ଟଙ୍କାର ସୁନା ଜବତ ହୋଇସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe