ଗ୍ରାହକଙ୍କୁ ଆକ୍ରମଣ ଘଟଣା ସୁନା ଦୋକାନୀ ଦମ୍ପତି ଗିରଫ

ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲା : ଗିରଫ କିରାଣି ନିଲମ୍ବିତ

ଭୁବନେଶ୍ୱର: ମଙ୍ଗଳବାର ଜଣେ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା‌ରେ ସୁନା ବ୍ୟବସାୟୀ ଦମ୍ପତିକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ସେମାନେ ହେଉଛନ୍ତି କଟକ ବାଙ୍କି ଥାନା ପାଟପୁର ଗ୍ରାମର ଅସିତ କୁମାର ସେନାପତି ଓ ପତ୍ନୀ ଲିନା ସେନାପତି। ଉଭୟ ଭରତପୁର ଖଣ୍ଡଗିରି ବାରିରେ ରହନ୍ତି।

ସୂଚନା ମୁତାବକ ଖଣ୍ଡଗିରି ବାରିରେ ଅଭିଯୁକ୍ତ ଦମ୍ପତିଙ୍କର ସୁନା ଗହଣା ଦୋକାନ ରହିଛି। ତାଙ୍କ ଦୋକାନ ପାକରେ ବିବେକାନନ୍ଦ ମହାନ୍ତି ଟେଲରିଂ ଦୋକାନ କରିଛନ୍ତି। ୪ ବର୍ଷ ତଳେ ବିବେକାନନ୍ଦ ତାଙ୍କ ପତ୍ନୀଙ୍କ ପାଇଁ ହାରଟିଏ କିଣିଥିଲେ। ସୁନା ହାରଟି ୨୨ କ୍ୟାରେଟ୍‌ର ବୋଲି ସେ ବିବେକାନନ୍ଦଙ୍କୁ କହିଥିଲେ। ଘର ପାଖ ଦୋକାନୀ ହୋଇଥିବାରୁ ସେ ବିଶ୍ବାସ‌ରେ କିଣିଥିଲେ। ତେବେ ଟଙ୍କା ପାଇଁ ସେ ବ୍ୟାଙ୍କ୍‌ରେ ହାରକୁ ବନ୍ଧକ ରଖିବା ବେଳେ ଏହା ୨୨ କ୍ୟାରେଟ୍‌ ନୁହେଁ, ବରଂ ୧୬ କ୍ୟାରେଟ୍‌ରୁ କମ୍‌ ଥିବା ଜଣାପଡ଼ିଥିଲା। ଏ ନେଇ ସେ ସୁନା ବ୍ୟବସାୟୀ ଦମ୍ପତିଙ୍କୁ ଅଭିଯୋଗ କରିବାରରୁ ସେମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏଥିରେ ବିବେକାନନ୍ଦ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe