ଭୁବନେଶ୍ୱର ବିମାନବନ୍ଦରରେ ମହାରାଷ୍ଟ୍ରର ମହିଳାଙ୍କ ଠାରୁ ୭୦୭ ଗ୍ରାମ ସୁନା ଜବତ, ମୂଲ୍ୟ ୨୪ ଲକ୍ଷ ଟଙ୍କା

Advertisment
ଏୟାର ସୋ’ ପାଇଁ ଯନ୍ତ୍ରାଂଶ ନେଇ ଆସୁଥିବା ସି-୧୭ ଗ୍ଲୋବ୍ ମାଷ୍ଟର ଆଜି ଭୁବନେଶ୍ବରରେ ପହଞ୍ଚିବ : ବିପିଆଇଏ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଜଣେ ମହିଳାଙ୍କ ଠାରୁ ପୁଣି ୭୦୭ ଗ୍ରାମ ସୁନା ଜବତ ହୋଇଛି। ଭୁବନେଶ୍ୱର ଦେଇ ମହିଳା ଜଣକ ଘରକୁ ଯିବାକୁ ଯୋଜନା କରିଥିଲେ। ଏହା ପୂର୍ବରୁ ସେ କଷ୍ଟମ ବିଭାଗର ଅଧିକାରୀଙ୍କ ଦ୍ୱାରା ଧରାପଡ଼ି ଯାଇଛନ୍ତି। ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ଜଣେ ମହିଳା ଦୁବାଇରୁ ସୁନା ନେଇ ଆସିଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳବା ପରେ ବିମାନବନ୍ଦରରେ ଚଢ଼ାଉ କରାଯାଇ ସୁନା ଜବତ କରାଯାଇଛି। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨୪ ଲକ୍ଷ ଟଙ୍କା ହେବ।

ବିମାନବନ୍ଦରରୁ ଫେବ୍ରୁଆରି ୨୩ରେ ବିପୁଳ ପରିମାଣର ସୁନା ଜବତ ହୋଇ ଥିଲା। ବ୍ୟାଙ୍କକ୍‌ରୁ କୋଲକାତା ଆସୁଥିବା ଜଣେ ଯାତ୍ରୀ ପାଖାପାଖି ୨୮୪ ଗ୍ରାମ୍‌ ସୁନା ଚାଲାଣ କରୁଥିବା ବେଳେ ସୀମାଶୁଳ୍କ ବିଭାଗ ହାତରେ ଧରା ପଡ଼ିଥିଲେ। ଜବତ ସୁନାର ମୂଲ୍ୟ ୧୦ ଲକ୍ଷରୁ ଊର୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଇ ଥିଲା। ଯାତ୍ରୀଜଣଙ୍କ ବିଳମ୍ବିତ ରାତିରେ ବ୍ୟାଙ୍କକ୍‌ରୁ ଏୟାର ଏସିଆ ବିମାନ (ଏଫ୍‌ଡି-୧୧୨) ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ଏଠାରୁ ସେ କୋଲକାତା ଯାଇଥା’ନ୍ତେ। ତେବେ ପୂର୍ବ ସୂଚନା ପାଇ ବିମାନବନ୍ଦରରେ ପ୍ରସ୍ତୁତ ହୋଇ ରହିଥିବା ସୀମାଶୁଳ୍କ ବିଭାଗ ଅଧିକାରୀମାନେ ତାଙ୍କୁ ଅଟକାଇ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସାର୍ଟ ବଟମ୍‌ରେ ସୁନାଗୁଡ଼ିକୁ ରିଙ୍ଗ ଆକାରରେ ଲଗାଯାଇଥିଲା। ଆଉ ରିଙ୍ଗକୁ ଏଭଳି ରୁପାର ଆବରଣ ଦିଆଯାଇଥିଲା ଯେ ସହଜରେ କେହି ସୁନା ବୋଲି ଜାଣିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe