ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ, ମଳଦ୍ୱାରରେ କେରଳ ତସ୍କରୀ ହେଉଥିଲା ୩୫୫.୧୨୦ ଗ୍ରାମ ସୁନା

Advertisment
ଆଜିଠାରୁ ଭୁବନେଶ୍ୱର ଏୟାରପୋର୍ଟରେ ଲାଗୁ ହେଲା ନୂଆ ପାର୍କିଂ ନୀତି, ବ୍ୟକ୍ତିଗତ ଗାଡ଼ି ପାଇଁ କୌଣସି ପାର୍କିଂ ଦେୟ ପଡିବ ନାହିଁ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ପୁଣି ଥରେ ସୁନା ଜବତ ହୋଇଛି। ବିମାନର ଜଣେ ଯାତ୍ରୀ ମଳଦ୍ୱାରାରେ ସୁନା ତସ୍କରୀ କରୁଥିବା ନେଇ କଷ୍ଟମ ବିଭାଗକୁ ସୂଚନା ମିଳିଥିଲା। ଯାତ୍ରୀ ଜଣକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ କାବୁ କରି ନେଇଥିଲେ।

ମିଳିଥିବା ସୂଚନା ଅନୁସାରେ ସୁନା ତସ୍କରୀ କରୁଥିବା ଯାତ୍ରୀ ବ୍ୟାଙ୍କକରୁ କେରଳ ଯିବାକୁ ପ୍ରସ୍ତୁତ ଥିଲା। ସେ ୩୫୫.୧୨୦ ଗ୍ରାମ ସୁନା ନେଇ ଆସିଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିକୁ କଷ୍ଟମ ବିଭାଗ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଭୁବନେଶ୍ୱର ବିମାନବନ୍ଦର ଦେଇ ବ୍ୟାଙ୍କକରୁ ଦେଶର ଭିନ୍ନ ବିଭିନ୍ନ ସ୍ଥାନକୁ ସୁନା ଚାଲାଣ ହେଉଛି। ସୁନା ଚାଲାଣ ଘଟଣାରେ କଷ୍ଟମ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉକରି ଗିରିଫ କରାଯାଉଛି। ତଥାପି ସୁନା ତସ୍କରୀ ମାମଲା ଥମିବାର ନାଁ ନେଉ ନାହିଁ। ବିଗତ କିଛି ମାସରେ ସୁନା ଚାଲାଣକାରୀମାନେ ଅଧିକ ସକ୍ରିୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe