ବିମାନବନ୍ଦରରୁ ୨୦ ଲକ୍ଷ ଟଙ୍କାର ସୁନା ଜବତ

Advertisment
ଆଗୁଆ ଖୋଲିଗଲା ବିମାନବନ୍ଦର

Telegraph India

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସ୍ଏଫ୍ ଆଜି ୨୦ଲକ୍ଷ ଟଙ୍କାର ସୁନା ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ, ଚେନ୍ନାଇର ଏ. ଜଇନୁଲ୍ଲାବେଡିନ୍। ତାଙ୍କଠାରୁ ୪୦୦ ଗ୍ରାମ୍ ଓଜନର ୪ଟି ସୁନା ବିସ୍କୁଟ ଜବତ କରାଯାଇ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯାଇଛି। ସୂଚନା ଅନୁସାରେ, ଚେନ୍ନାଇରୁ ଜଇନୁଲ୍ଲା ଇଣ୍ଡିଗୋ ବିମାନ(୬ଇ୨୦୯ରେ) ଅପରାହ୍‌ଣରେ ଭୁବନେଶ୍ବର ଆସିଥିଲେ। ଏଠାରେ ପହଞ୍ଚିବା ପରେ ଡ୍ୟୁଟିରେ ଥିବା ସିଆଇଏସଏଫ୍‌ ସୁରକ୍ଷା କର୍ମୀଙ୍କ ସନ୍ଦେହ ହେବାରୁ ସେମାନେ ତାଙ୍କୁ ଯାଞ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe