କ୍ରାଇମ୍‌ ବ୍ରାଞ୍ଚ୍‌ର ରିମାଣ୍ଡରେ ଯିବ ଗୋଲ୍‌ଡେନ୍‌ ବାବା

Advertisment
ଗୋଲଡେନ୍ ବାବାଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର: ଗୋଲ୍‌ଡେନ୍ ବାବା ଓରଫ ଜ୍ୟୋତିରଂଜନ ବେଉରାକୁ ରିମାଣ୍ଡରେ ନେବ କ୍ରାଇମ୍‌ ବ୍ରାଞ୍ଚ। ଶୁକ୍ରବାର ରିମାଣ୍ଡ ଆବେଦନ ‌ହୋଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରିମାଣ୍ଡରେ ଆସିବା ପରେ ବାବାର କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି କୁହାଯାଉଛି। ତେବେ ମାମଲା ରୁଜୁ କରିବା ପରଠାରୁ ବିଭିନ୍ନ ସ୍ଥାନରେ ଦୁଇ ଦିନ ଧରି ଇଓଡବ୍ଲୁ ଚଢ଼ଉ ଜାରି ରଖିଛି। ଗୋଲ୍‌ଡେନ୍‌ ବାବା ରହୁଥିବା ଘରେ ହୋଇଥିବା ଚଢ଼ଉରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି। ଏଠାରେ ଥିବା ଏକ ଗୁପ୍ତ ଚାମ୍ବରରେ ଇଓଡବ୍ଲୁ ପହଞ୍ଚିସାରିଛି। ତାକୁ ସହଯୋଗ କରୁଥିବା ଅନ୍ୟତମ ପ୍ରମୁଖ ବ୍ୟକ୍ତିକୁ ମଧ୍ୟ ପିଛା କରୁଛି। ରାଜନୀତିଠାରୁ ଆରମ୍ଭ କରି ଗ୍ଲାମର ଦୁନିଆରେ ତାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସହଯୋଗୀକୁ ଧରିଲେ ରାଜ୍ୟ ବାହାରେ ଥିବରା ସାମ୍ରାଜ୍ୟ ଉପରୁ ପରଦା ହଟାଇବା ସମ୍ଭବ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe