ଗୋଲ୍‌ଡେନ୍‌ ବାବାର ଜାମିନ ନାମଞ୍ଜୁର

Advertisment
ଗୋଲଡେନ୍ ବାବାଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: କୋଟି କୋଟି ଟଙ୍କା ଠକେଇ ମାମଲାରେ ବିଚାର ବିଭାଗୀୟ ହାଜତ୍‌ରେ ଥିବା ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍‌ଡେନ୍ ବାବାର ଜାମିନ ନାମଞ୍ଜୁର ହୋଇଛି। ଜାମିନ ଆବେଦନର ଶୁଣାଣି କରି ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଏହି ଆଦେଶ ଦେବା ପରେ ବାବା ଝାରପଡ଼ା ଜେଲ୍‌କୁ ଫେରି ଯାଇଛି। ଆଜି ଏହି ଶୁଣାଣି ପାଇଁ ବାବାକୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ବାବାର ଅଡ଼ୁଆ ବଢ଼ିଛି। କ୍ରାଇମ୍‌ ବ୍ରାଞ୍ଚ ମାମଲାର ଖୋଳତାଡ଼ କରୁଛି। ଜାମିନ ମିଳିଲେ ସାକ୍ଷୀ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଜାମିନ ନାମଞ୍ଜୁର ହେବା କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ ସହଜ ହେବା ସମ୍ଭାବନା ସୃଷ୍ଟି ହୋଇଛି। ବାବାର ଦୁଇଟି ବ୍ୟାଙ୍କ୍‌ ଆକାଉଣ୍ଟକୁ ଇଓଡବ୍ଲୁ ଅଚଳ କରିଥିବା ବେ‌ଳେ କେତେକ ଫିକ୍ସଡ୍‌ ଡିପୋଜିଟ୍‌ ମଧ୍ୟ ଠାବ କରାଯାଇଛି। କେତେକ ଜମି ମାଲିକ ଅଭିଯୋଗ କରିବା ପାଇଁ ଭୟ କରୁଥିବାରୁ ଅଭିଯୋଗ ପାଇଁ ଆସି ପାରିନାହାନ୍ତି। ଏବେ ବାବାର ଜାମିନ ନାମଞ୍ଜୁର ହେବା ପରେ ସେମାନେ ଅଭିଯୋଗ କରିବା ପାଇଁ ଆସିବାକୁ ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ବାର୍ଷିକ ହଜାରେ କୋଟିର କାରବାର ହେଉଥିବାର ନକଲି କାଗଜପତ୍ର ପ୍ରସ୍ତୁତ କରି ବାବା ଋଣ ଯୋଗାଇ ଦେବା ଆଳରେ ଆଗୁଆ କୋଟି କୋଟି ଟଙ୍କା ନେଇ ଆସୁଥିଲା। ଏହି ନକଲି କାଗଜପତ୍ର ବଳରେ ବଡ଼ ବଡ଼ ବ୍ୟବସାୟୀଙ୍କୁ ଫସାଇ ଋଣ ଯୋଗାଇ ଦେବା ଆଳରେ ଆଡ୍‌ଭାନ୍‌ସ ତାରିଖ ଥିବା ଚେକ୍‌ ସଂଗ୍ରହ କରି ତାରିଖ ପୂର୍ବରୁ ଟଙ୍କା ଉଠାଇ ନେଉଥିଲା। ଏଭଳି କୋଟି କୋଟି ଟଙ୍କା ଠକି ନେବାକୁ ପ୍ରସ୍ତୁତ ହୋଇଥିବା ଶତାଧିକ କାଗଜପତ୍ର ମଧ୍ୟ ଇଓଡବ୍ଲୁ ଜବତ କରିଛି। କାଗଜଗୁଡ଼ିକ ନକଲି ହେଲେ ମଧ୍ୟ ବଡ଼ ବଡ଼ ବ୍ୟବସାୟ କରୁଥିବା ଲୋକ କିଭଳି ଜାଣିପାରୁ ନଥିଲେ ସେ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ଅନ୍ୟ କେହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ଆଲୋଚନା ହେଉଛି। ବାବା ପଛର ମାଷ୍ଟର ମାଇଣ୍ଡ ଉପରେ ଏବେ ଇଓଡବ୍ଲୁ ନଜର ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe